Jump to content

ସୌମ୍ୟ ରଞ୍ଜନ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(ସୌମ୍ୟରଂଜନ ପଟ୍ଟନାୟକରୁ ଲେଉଟି ଆସିଛି)
ସୌମ୍ୟ ରଞ୍ଜନ ପଟ୍ଟନାୟକ
ଭୁବନେଶରରେ ସୌମ୍ୟରଞ୍ଜନ ପଟ୍ଟନାୟକ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀଦୁଷ୍ମନ୍ତ କୁମାର ସ୍ୱାଇଁ
ନିର୍ବାଚନ ମଣ୍ଡଳୀଖଣ୍ଡପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1952-08-18)୧୮ ଅଗଷ୍ଟ ୧୯୫୨
ବାଙ୍ଗିରିପୋଷି, ମୟୂରଭଞ୍ଜ, ଓଡ଼ିଶା
ଜାତୀୟତା ଭାରତୀୟ
ଜୀବନ ସାଥୀସୁଦତ୍ତା ପଟ୍ଟନାୟକ
ସନ୍ତାନତଲ୍ଲୀନା ପଟ୍ଟନାୟକ, ତନୟା ପଟ୍ଟନାୟକ
ବାପା/ବୋଉବ୍ରଜବନ୍ଧୁ ପଟ୍ଟନାୟକ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନରେଭେନ୍ସା ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିସମ୍ପାଦକ,ସାମ୍ବାଦିକ, ଶିକ୍ଷାବିତ,ପ୍ରାକ୍ତନ ସାଂସଦ.,ଶିଳ୍ପପତି
ସନ୍ତକ
ୱେବସାଇଟSoumyapatnaik.in

ସୌମ୍ୟରଞ୍ଜନ ପଟ୍ଟନାୟକ (ଜନ୍ମ: ୧୮ ଅଗଷ୍ଟ ୧୯୫୨) ଜଣେ ଭାରତୀୟ ରାଜନେତା, ଶିଳ୍ପପତି, ଶିକ୍ଷାବିତ, ଲେଖକ ଓ ସମାଜସେବୀ । ସେ ଦୈନିକ ଓଡ଼ିଆ ଖବରକାଗଜ ସମ୍ବାଦ ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ।[୧][୨]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ସୌମ୍ୟରଞ୍ଜନ ପଟ୍ଟନାୟକ ୧୯୫୨ ମସିହା ଅଗଷ୍ଟ ମାସ ୧୮ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ଜନ୍ମଗ୍ରହଣ କରିଥିଲେ । ପିତା ବ୍ରଜବନ୍ଧୁ ପଟ୍ଟନାୟକ ବନବିଭାଗରେ ଜଣେ ରେଞ୍ଜର ଥିବାରୁ ଚାକିରି ବଦଳି ଯୋଗୁ ସୌମ୍ୟରଞ୍ଜନ ଓଡ଼ିଶାର ବହୁ ଯାଗାରେ ରହି ବିଦ୍ୟାଳୟ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ ।

ସେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ହାସଲ କରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାର୍ବଜନିକ ପ୍ରଶାସନରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ । ପରେ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସଅକ୍ସଫୋର୍ଡ଼ ଇଉନିଭର୍ସିଟିରୁ ମଧ୍ୟ ଶିକ୍ଷାଗ୍ରହଣ କରିଥିଲେ ।

କର୍ମଜୀବନ[ସମ୍ପାଦନା]

୧୯୭୨ ମସିହାରେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିବା ଆରମ୍ଭ କରିଥିଲେ । ଏତେ କମ ବୟସରୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ତାଙ୍କର ଶିକ୍ଷାଦାନ କରିବା ସେତେବେଳେ ବିତର୍କ ସୃଷ୍ଟି କରିଥିଲା । ୧୯୮୪ ମସିହାରେ ସେ ଦୈନିକ ଓଡ଼ିଆ ଖବରକାଗଜ ସମ୍ବାଦ ଖବରକାଗଜର ପ୍ରତିଷ୍ଠା କରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଆଦି ନୂଆ ବିଭାଗ ସହ ମୁଦ୍ରଣରେ ଅଫସେଟ ପ୍ରିଣ୍ଟିଙ୍ଗ ଆଦି ଆରମ୍ଭ କରିଥିଲେ ।[୩] ସମ୍ବାଦ ଆନୁକୁଲ୍ୟରେ ସେ ଆମ ଓଡ଼ିଶା[୪] ନାମକ ଏକ ସଂସ୍ଥା ଗଠନ କରିଥିଲେ ଯାହା ଓଡ଼ିଶା ଓଡ଼ିଶା ସାରା ଛାତ୍ରଙ୍କ ପାଇଁ ଶୁଦ୍ଧ ଓଡ଼ିଆ ଲିଖନ ପ୍ରତିଯୋଗିତା[୫] ଦ୍ୱାରା ସେମାନଙ୍କ ମଧ୍ୟରେ ଓଡ଼ିଆ ପଢ଼ିବା ଓ ଲେଖିବା ପାଇଁ ଆଗ୍ରହ ସୃଷ୍ଟିକରିବା କ୍ଷେତ୍ରରେ କାର୍ଯ୍ୟକରିଥିଲା । ତାଙ୍କର ପାରମ୍ପରିକ ଯାତ୍ରା, ଓଡ଼ିଆ ସିନେମା, ରେଡ଼ିଓ ଓ ଟେଲିଭିଜନକୁ ଅବଦାନ[୬] ମଧ୍ୟରେ ଇଷ୍ଟର୍ଣ୍ଣ ଅପେରା ଯାତ୍ରାଦଳ, କନକ ଟିଭି ନାମକ ୨୪ ଘଣ୍ଟିଆ ଖବରଭିତ୍ତିକ ଟିଭି ଚ୍ୟାନେଲ ଓ ୨୪ ଘଣ୍ଟିଆ ମନୋରଞ୍ଜନ ଧର୍ମୀ ଚ୍ୟାନେଲ ମଞ୍ଜରୀ, ଏଫ.ଏମ. ରେଡ଼ିଓ ଚ୍ୟାନେଲ ରେଡ଼ିଓ ଚକୋଲେଟ୍ ଆଦି ଆରମ୍ଭ କରିବା ଅନ୍ୟତମ । ସେ ଓଡ଼ିଆ କଥାଚିତ୍ର ଲାଲ ଓଢ଼ଣି, ତୁ ଭାରି ବିୟୁଟିଫୁଲ୍, ତୁ ଆଉ ମୁଁମୀମାଂସା ପ୍ରଯୋଜନା, ତୋ ପାଇଁ ନେବି ମୁଁ ଶହେ ଜନମ ସହପ୍ରଯୋଜନା, ଏବଂ ବାବୁ ଆଇ ଲଭ ୟୁ କାହାଣୀ ରଚନା କରିଥିଲେ । ସେ କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିୟରିଂ[୭] ନାମରେ ଏକ ବୈଷୟିକ ମହାବିଦ୍ୟାଳୟ ଓ ସମ୍ବାଦ ସ୍କୁଲ ଅଫ ମିଡ଼ିଆ ଆଣ୍ଡ କଲଚର[୮] ନାମରେ ଏକ ଗଣମାଧ୍ୟମ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୯୯୬ ମସିହା ସାଧାରଣ ନିର୍ବାଚନରେ ସୌମ୍ୟରଞ୍ଜନ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ସଫଳ ଭାବରେ ପ୍ରତିଦ୍ୱନ୍ଦିତା କରିଥିଲେ । ୧୯୯୮ ସାଧାରଣ ନିର୍ବାଚନରେ ପୁନର୍ବାର ପ୍ରତିଦ୍ୱନ୍ଦିତା କରି ବିଫଳ ହୋଇଥିଲେ । ୨୦୦୩ ମସିହାରେ ସେ ଆମ ଆମ ଓଡ଼ିଶା ଦଳ ନାମରେ ରାଜନୈତିକ ଦଳ ଆରମ୍ଭ କରି ନିର୍ବାଚନ ଲଢ଼ି ବିଫଳ ହୋଇଥିଲେ । ପରେ ତାଙ୍କୁ ବିଜୁ ଜନତା ଦଳ ତରଫରୁ ରାଜ୍ୟ ସଭାକୁ ମନୋନୀତ କରାଯାଇଥିଲା । ୨୦୧୮ ମସିହାରେ ଆମ ଓଡ଼ିଶା ଦଳର ବିଜୁ ଜନତା ଦଳ ସହ ମିଶ୍ରଣ ହୋଇଥିଲା ।[୯] ୨୦୧୯ ମସିହା ବିଧାନ ସଭା ନିର୍ବାଚନରେ ସେ ଖଣ୍ଡପଡ଼ାରୁ ବିଧାନସଭାକୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।[୧୦] ସେ ୨୦୨୩ ଅକ୍ଟୋବରରେ ସମ୍ବାଦର ସମ୍ପାଦକ ପଦରୁ ଅବସର ନେଇଥିଲେ ।[୧୧]

ପରିବାର[ସମ୍ପାଦନା]

ସୌମ୍ୟରଞ୍ଜନ ପଟ୍ଟନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ରାଜନେତା ଜୟନ୍ତୀ ପଟ୍ଟନାୟକଙ୍କ କନ୍ୟା ସୁଦତ୍ତା ପଟ୍ଟନାୟକଙ୍କୁ ବିବାହ କରିଛନ୍ତି ।[୧୨] ଏହି ଦମ୍ପତିଙ୍କର ଦୁଇ ଝିଅ ଅଛନ୍ତି । ବଡ଼ ଝିଅଙ୍କ ନାମ ତଲ୍ଲୀନା ଓ ସାନ ଝିଅ ତନୟା ସମ୍ବାଦର ସମ୍ପାଦକ ।[୧୧] ସୌମ୍ୟରଞ୍ଜନଙ୍କର ବଡ଼ ଭାଇ ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ରାଜ୍ୟ କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟ ।

ରଚନାବଳୀ[ସମ୍ପାଦନା]

  • ଆମ ଓଡ଼ିଶା ଗପ
  • ଆମ ଘରର ହାଲଚାଲ (ପ୍ରଥମ ଓ ଦ୍ୱିତୀୟ ଭାଗ)
  • ଓଡ଼ିଶା ଶାସନର ଏକ ସ୍ୱର୍ଣ୍ଣଯୁଗ
  • କଥା ଶତକ (ପ୍ରଥମ ଓ ଦ୍ୱିତୀୟ ଭାଗ)
  • ସେମାନଙ୍କ ପିଲାଦିନ
  • ନିର୍ବାଚିତ କଥା
  • ପ୍ରେମ କଥା
  • ଶ୍ରେଷ୍ଠ କଥା
  • Odishsa Tales
  • Janaki Ballav Patnaik: The March To a Modern Odisha

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି" (PDF). Archived from the original (PDF) on 2012-11-19. Retrieved 2012-09-03. {{cite web}}: Cite has empty unknown parameter: |1= (help)
  2. http://www.parliamentofindia.nic.in/ls/lok11/biodata/11or05.htm
  3. "ଆର୍କାଇଭ୍ କପି". Archived from the original on 2012-09-02. Retrieved 2012-09-03. {{cite web}}: Cite has empty unknown parameter: |1= (help)
  4. "ଆର୍କାଇଭ୍ କପି". Archived from the original on 2013-01-16. Retrieved 2012-09-03. {{cite web}}: Cite has empty unknown parameter: |1= (help)
  5. http://www.aamaodisha.org.in/kahinki-kipari.php[permanent dead link]
  6. http://orissamatters.com/2009/10/05/kanak-tv/
  7. "ଆର୍କାଇଭ୍ କପି". Archived from the original on 2012-07-23. Retrieved 2012-09-03. {{cite web}}: Cite has empty unknown parameter: |1= (help)
  8. http://www.ssomac.com/
  9. "Ama Odisha Party president Soumya Ranjan Patnaik joins BJD in presence Naveen Patanik". orissadiary.com/. orissa diary. Retrieved 23 December 2019.
  10. "BJD storming to power in Odisha for fifth consecutive term". www.indiatoday.in/. india today. Retrieved 23 December 2019.
  11. ୧୧.୦ ୧୧.୧ Mohanty, Debabrata (2 October 2023). "Soumya Ranjan Patnaik steps down as editor of Sambad". ହିନ୍ଦୁସ୍ତାନ ଟାଇମ୍ସ. Retrieved 2024-06-28.
  12. "ଆର୍କାଇଭ୍ କପି". Archived from the original on 2009-06-19. Retrieved 2012-09-03. {{cite web}}: Cite has empty unknown parameter: |1= (help)

ବାହାର ଆଧାର[ସମ୍ପାଦନା]