ବର୍ଷ ୨୦୨୪ ଅପ୍ରେଲ ତୃତୀୟ ସପ୍ତାହରେ ବର୍ଲିନ - ଉଇକିମିଡିଆ ସମିଟରେ ଓଡିଆ ଉଇକିମିଡିଆନ ୟୁଜର ଗୃପର ପ୍ରତିନିଧି ଭାବରେ ଅଂଶଗ୍ରହଣ କରିଥିଲି । ଏଥିରେ ମୁଭମେଣ୍ଟ ଚାର୍ଟରର ଶେଷ ପର୍ଯ୍ୟାୟର ଆଲୋଚନାରେ ଅଂଶଗ୍ରହଣ କରି ଗ୍ରାଣ୍ଟ ମେକିଙ୍ଗ, ରିସୋର୍ସ ଡିଷ୍ଟ୍ରିବ୍ୟୁସନ, କାପାସିଟି ବିଲଡିଙ୍ଗ କାର୍ଯ୍ୟକ୍ରମ ବିଭାଗ ପରିଚାଳନାରେ ସହଯୋଗ କରିବା ସହ ଆୟୋଜକଙ୍କୁ ସହଯୋଗ ମଧ୍ୟ କରିଥିଲି । ବିଭିନ୍ନ ସଫଳ ପ୍ରୋଜେକ୍ଟର ଲିଡର ମାନଙ୍କ ସହିତ ଯୋଗାଯୋଗ କରିଛି । ବର୍ଲିନ ଯିବା ଆଗରୁ ଏହାର ପ୍ରସ୍ତୁତି ପାଇଁ ଦିଲ୍ଲୀରେ CIS-A2K ଦ୍ଵାରା ମାର୍ଚ୍ଚ ମାସରେ ହୋଇଥିବା ମିଟିଂରେ ଗୋଗଦାନ କରିଥିଲି ଓ ଏହାର ଶେଷ ପର୍ଯ୍ୟାୟ କାମ ପାଇଁ ଜୁନ ମାସ ୨୮ ଓ ୨୯ ତାରିଖରେ ଚଣ୍ଡିଗଡରେ ହେବାକୁ ଥିବା ମିଟିଂରେ ଯୋଗ ଦେବି ।
ଉଇକିପିଡ଼ିଆ:ଆଲୋଚନା ସଭା
Appearance
ମୁଁ ୨୦୨୪ ମେ ୨୫ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ପରାମର୍ଶଦାତା ଭାବରେ ଅଂଶଗ୍ରହଣ କରିଥିଲି । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଆୟୋଜକଙ୍କୁ ସହଯୋଗ କରିଥିଲି । ଦୁଇଟି ଫାବ୍ରିକେଟର ଟିକେଟକୁ ମେଣ୍ତରିଂ କରିଥିଲି ।(⚓ T365852 Gujarati Wikisource listen template not aligning to center (wikimedia.org)) (⚓ T329852 Clickable map to set coordinate location statement value (wikimedia.org)) । ତା ଛଡ଼ା ସେଠି ଭାଗ ନେଇଥିବା ଅଂଶଗ୍ରହଣକାରୀମାନଙ୍କର ମାର୍ଗଦର୍ଶନ କରିଥିଲି। କାର୍ଯ୍ୟକ୍ରମରେ ବହୁତଗୁଡ଼େ ଫଟୋ ଉଠେଇ ଉଇକିମିଡ଼ିଆ କମନ୍ସରେ ଛାଡ଼ିଥିଲି । ଏହି ଲିଙ୍କରେ ଦେଖିପାରିବେ ।
ସଭିଙ୍କୁ ଶୁଭେଚ୍ଛା । ଯଦିଓ ଭାରତୀୟ ସାଧାରଣ ନିର୍ବାଚନ, ୨୦୨୪ ଓ ଓଡ଼ିଶା ବିଧାନ ସଭା ନିର୍ବାଚନର ଫଳାଫଳ ଘୋଷଣା ୪ ତାରିଖରୁ ସରିଲାଣି, ଏହି ଗଣ-ସମ୍ପାଦନା ପାଇଁ ଟିକେ ବିଳମ୍ବ ହେଇଗଲାଣି । ମୁଁ ମୋର ବ୍ୟକ୍ତିଗତ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଏ ବିଷୟରେ ପ୍ରସ୍ତାବଟିଏ ଦେଇପାରିନାହିଁ । ତଥାପି ନିର୍ବାଚନ ଫଳଫଳ ବିଷୟରେ ଉଭୟ ଉଇକିପିଡ଼ିଆ ଓ ଉଇକିଡାଟାରେ ଅଦ୍ୟତନ କରାଯିବ, ତେଣୁ ଏହାକୁ ଏକ କ୍ଷୁଦ୍ର ଗଣ-ସମ୍ପାଦନା (ଭାରତୀୟ ନିର୍ବାଚନ ଗଣ-ସମ୍ପାଦନା ୨୦୨୪) ଭାବରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଉଛି । ଏ ବାବଦରେ ଆପଣଙ୍କର ମତାମତ ଅପେକ୍ଷାରେ ରହିଲି । ହଁ, ଏଥିରେ ନୂଆ ପ୍ରସଙ୍ଗ ଗଢ଼ିବା ଉପରେ ଗୁରୁତ ନୁହେଁ, ଫଳାଫଳକୁ ସବୁ ବିଧାୟକଙ୍କ ପୃଷ୍ଠାରେ ଅଦ୍ୟତନ କରିବା ସହିତ ସମ୍ପୃକ୍ତ ବିଧାନ ସଭା ବା ଲୋକ ଲୋକସଭା ମଣ୍ଡଳୀଗୁଡ଼ିକରେ ମଧ୍ୟ ଅଦତ୍ୟନ କରାଯିବ । ଏହା ବ୍ୟତୀତ ଉଇକିଡାଟାରେ ମଧ୍ୟ ଅଦ୍ୟତନ କରାଯିବ ।
ଧନ୍ୟବାଦ ।
cc @Psubhashish @MKar @Hellohappy
ଭଲ ପ୍ରସ୍ତାବ, ଗଣ-ସମ୍ପାଦନା କରାଯିବା ଉଚିତ ହେବ । ମୁଁ ଯଥାସମ୍ଭବ ଲେଖିବି ।
ଭଲ ହେବ ଉଇକିପିଡ଼ିଆର ପାଠକୀୟତା ବଢ଼ାଇବା ପାଇଁ ।
ଭଲ ପ୍ରସ୍ତାବ ।
ଏହି ଗଣ-ସମ୍ପାଦନାଟିର ସମୟସୀମା ଯଦିଓ ଅଧିକ (୨୦ ଦିନ) ରଖାଯାଇଥିଲା, କିନ୍ତୁ ସ୍ୱଳ୍ପ ସଂଖ୍ୟକ ବ୍ୟବହାରକାରୀ ଓ ସମୟ ଅନୁପଯୋଗୀ ହେବା ଯୋଗୁଁ, ଆଶା ଅନୁସାରେ କାମ ହୋଇପାରୁନାହିଁ, ତେଣୁ ଗଣ-ସମ୍ପାଦନାଟିକୁ ଆଉ କିଛି ଘୁଞ୍ଚାଇବାକୁ ମୁଁ ମତ ରଖୁଛି ।
ଏଠାରେ, କିମ୍ବା ଗଣ-ସମ୍ପାଦନାଟିର ଆଲୋଚନା ପୃଷ୍ଠାରେ ସଭିଏଁ ମତ ରଖିବାକୁ ଅନୁରୋଧ ।
![Odia Sahitya Edit-a-thon](http://chped.net/https/upload.wikimedia.org/wikipedia/commons/thumb/7/77/Odia_Sahitya_Edit-a-thon_Banner.png/500px-Odia_Sahitya_Edit-a-thon_Banner.png)
ଫେସ୍ବୁକ୍ ମେସେଞ୍ଜର୍ ଗ୍ରୁପ୍ ସକ୍ରିୟ ଉଇକିଆଳିରେ ସୁଭାସିସ ଭାଇ ଆରମ୍ଭ କରିଥିବା ଆଲୋଚନ ଓ ଅନ୍ୟ ସଦସ୍ୟମାନଙ୍କର ସହମତିରେ ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ଆସନ୍ତା ଅପ୍ରେଲ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଯାହାକି ଆଗାମୀ ୧୫ ତାରିଖ ଯାଏଁ ଚାଲିବ । ଏହି ଗଣ-ସମ୍ପାଦନାରେ ଯୋଗ ଦେବାକୁ ସଭିଙ୍କୁ ଅନୁରୋଧ ।
ଧନ୍ୟବାଦ ଗପୁ: ପୃଷ୍ଠାଟା ସୁନ୍ଦର ହୋଇଛି!
ବାସ୍ ଗଣ-ସମ୍ପାଦନାଟି ସେହି ହିସାବରେ ସଫଳ ହେଉ ବୋଲି ଆଶା କରିବା ।
ଏହି ଗଣ-ସମ୍ପାଦନାଟି ପ୍ରାୟ ଶେଷ ହେବାକୁ ଆସିଲାଣି, କିନ୍ତୁ ଏବେଯାଏଁ ମାତ୍ର ୧୯ଟି ପ୍ରସଙ୍ଗ ଗଢ଼ାଯାଇଛି । ମୁଁ ନିଜେ ଟିକେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅଧିକ ସକ୍ରିୟ ଭାବରେ ଯୋଗ ଦେଇପାରିନାହିଁ । @Psubhashish ଭାଇ ଓ ମୁଁ ଏହି ଗଣ-ସମ୍ପାଦନାକୁ ଆଉ ୭ ଦିନ ବୃଦ୍ଧି ପାଇଁ ପ୍ରସ୍ତାବ ରଖୁଛୁ ।
ଅଂଶଗ୍ରହଣକାରୀ ଉଇକିଆଳିଙ୍କ ପ୍ରସ୍ତାବ ଅନୁସାରେ ଗଣ-ସମ୍ପାଦନାର ସମୟସୀମା ଆଉ ୭ଦିନ ବଢ଼ାଗଲା ।
କେମିତି ଗଲା ଏଇ ଗଣ ସମ୍ପାଦନ? ମୁଁ ଅବଦାନ କରି ପାରିନଥିଲି ।
ମନ୍ଦ ନୁହେଁ । ଯଦିଓ କେବଳ ଗପୁ, ପ୍ରୀତି ଭାଇ ଆଉ ମୁଁ ଲେଖାଲେଖି କରିପାରିଲେ ୩୨ଟି ନୂଆ ଲେଖା ଗଢ଼ାଗଲା ଆଉ ଅନେକ ଲେଖା ଉନ୍ନତ କରାଗଲା ।
ଜୁନ ୨୦ ତାରିଖରେ ଉଇକିମିଡ଼ିଆ ପ୍ରକଳ୍ପ ଓ କମ୍ୟୁନିଟିର ଗବେଷଣାଭିତ୍ତିକ କାମକୁ ନେଇ ଉଇକି ୱାର୍କସପ ନାମରେ ଏକ ଭର୍ଚୁଆଲ (ଇଣ୍ଟରନେଟରେ) ସମ୍ମିଳନୀ ଅନୁଷ୍ଠିତ ହେବ । ୨୦୧୫ରୁ ଉଇକିମିଡ଼ିଆ ପ୍ରକଳ୍ପ-କମ୍ୟୁନିଟି ବାବଦରେ ଗବେଷଣାସବୁ ପାଇଁ ଏ ସମ୍ମିଳନୀର ଆରମ୍ଭ । ମୁଁ ଏଥର ଦୁଇଟି ଗବେଷଣା ନିବନ୍ଧ ପଠାଇଥିଲି । ସେ ଉଭୟ ନିବନ୍ଧ ଗୃହୀତ ହୋଇଛି:
- ଓଡ଼ିଶା ଜନ୍ମିତ ୨୦,୦୦୦ରୁ ଅଧିକ ଚିତ୍ରଶିଳ୍ପୀ ଓ ଅନ୍ୟାନ୍ୟ ଚାରୁକଳାକାରଙ୍କ ବାବଦରେ GETTY Research Instituteର ULAN (Union List of Artist Names) ଅଥରିଟି କଣ୍ଟ୍ରୋଲ ଡାଟା ତିଆରି (
- ସୃଜନିକା ଅଭିଲିଖିତ (archived) ୧୨,୦୦୦ରୁ ଅଧିକ ଓଡ଼ିଆ ବହିକୁ ଇଣ୍ଟରନେଟ ଆର୍କାଇଭ ଜରିଆରେ ୱେବ ଇଣ୍ଡେକ୍ସିଂ (ଇଣ୍ଟରନେଟରେ ବହିର ପାଠ ଖୋଜାଯୋଗ୍ୟ ହେବା) ତଥା ପୁସ୍ତକୀୟ ତଥ୍ୟ (bibliographic data) ଉଇକିଡାଟାରେ ଉପଲବ୍ଧ କରାଇବା
ଏହା ଛଡ଼ା ସେହି ସମ୍ମିଳନୀ ଆଉ ଗୋଟେ ଆଲୋଚନା ପାଇଁ ନିମନ୍ତ୍ରିତ ହୋଇଥିଲି । ତାହା ଅଭିଲିଖିତ ମଲ୍ଟିମିଡ଼ିଆକୁ (ଅଡ଼ିଓ/ଭିଡ଼ିଓ) ସ୍ପିଚ ରେକଗନିସନ (ସ୍ୱର ଚିହ୍ନଟ ବୈଷୟିକଜ୍ଞାନ) ପାଇଁ ଲୋଡ଼ା ଡାଟାର ନିଅଁ ପକା ଉପରେ । ନିବନ୍ଧ ପ୍ରକାଶିତ ହେଲେ ମୁଁ ଜଣେଇବି । ଇତିମଧ୍ୟରେ ସମ୍ମିଳନୀରେ ଭାଗନେବା ପାଇଁ ନାମଲେଖା (https://pretix.eu/wikimedia/wikiworkshop2024/) ଆରମ୍ଭ ହୋଇଛି । ସମସ୍ତଙ୍କ ପାଇଁ ମାଗଣା କିନ୍ତୁ ନାମ ଲେଖା ଜରୁରୀ । ଆଶା ଓଡ଼ିଆ ଉଇକିଆଳିମାନେ ଏସବୁ ଆଲୋଚନାରେ ଓ ବିଶେଷ କରି ମୁଁ ଓଡ଼ିଆ ସମ୍ବନ୍ଧିତ ଉପର ନିବନ୍ଧର ଆଲୋଚନା କଲା ବେଳେ ଅଂଶଗ୍ରହଣ କରିବେ ।
ଅନେକ ଅଭିନନ୍ଦନ ନିବନ୍ଧଗୁଡିକ ପାଇଁ । ମୁଁ ଦିଆଯାଇଥିବା ଲିଙ୍କରେ ନାମ ଲେଖାଇଲି ।
Hi Everyone,
This message is regarding the Wikimedia Foundation’s Draft Annual Plan for 2024-2025, and in continuation of Maryana’s email; inviting inputs from members of the movement. The entire annual plan is available in multiple languages and a shorter summary is available in close to 30 languages including many from South Asia; and open for your feedback.
We invite you all to a session on the Annual Plan during 19th May's [:m:South Asia Open Community Call|South Asia Open Community Call (SAOCC)]], in line with the collaborative approach adopted by the foundation for finalizing Annual Plans. The discussion will be hosted by members of the senior leadership of the Wikimedia Foundation.
Call Details (Please add the details to your respective calendars)
- Google Meeting
- Date/Time: 19th May 2024 @ 1230-1400 UTC or 1800-1930 IST
You can add any questions/comments on Etherpad ; pre-submissions welcomed.
Ps: To know more about the purpose of an Annual Plan, please read our listed FAQs. Look forward to seeing you on the call.
Best
![](http://chped.net/https/upload.wikimedia.org/wikipedia/commons/thumb/8/85/Centre_for_Internet_And_Society_logo.svg/180px-Centre_for_Internet_And_Society_logo.svg.png)
Dear Wikimedians,
We are pleased to present our monthly newsletter for April, highlighting the impactful initiatives undertaken by CIS-A2K during the month. This newsletter provides a comprehensive overview of the events and activities conducted, giving you insight into our collaborative efforts and engagements.
- In the Limelight- Chandan Chiring
- Monthly Recap
- Commons:Tribal Culture Photography Competition
- m:CIS-A2K/Events/Indic Community Monthly Engagement Calls/April 12, 2024 Call
- Wikipedia Training to Indian Language educators
- m:Wiki Explores Bhadrachalam
- Wikimedia Summit
- From the Team- Editorial
- Comic
You can access the newsletter here.
To subscribe or unsubscribe to this newsletter, click here.
Regards
Hello Oriya Wikipedians!
Apologies, as this message is not in your language. Please help translate to your language.
The WMF Language team proposes temporarily making Google Translate the default machine translation for your Wikipedia. Some months ago we set MinT, the new Wikimedia Foundation machine translation service, as the default for your language. However, we plan to revert this change. This is because we are working on improving the reference support and fixing some bugs causing referencing issues when using MinT to translate.
During this period, contributors can still use the MinT by selecting it as an optional service. However, we want to limit its use to reduce the effect of using it as it is thereby imposing more work on translators to correct the issues manually.
Please let us know in this thread if your community objects to our proposal and would rather have MinT as default, irrespective of our improvement plans. Rest assured, changing the default machine translation support is a temporary measure. We will notify you once we finish the work and revert to MinT.
We appreciate your understanding and cooperation on this change. Thank you!
ସାଦର ପ୍ରଣାମ ସଭିଙ୍କୁ, TTT/ଟିଟିଟି ବା ଟ୍ରେନ ଦ ଟ୍ରେନର ୨୦୧୩ ପରଠାରୁ ସବୁ ବର୍ଷ ସି.ଆଇ.ଏସ.-ଏ2କେ / CIS-A2K ଦ୍ଵାରା ଭାରତରେ ସକ୍ରିୟ ଥିବା ଉଇକି ସମ୍ପ୍ରଦାୟ ଗୁଡିକର ନୂଆ ଉଅଇକିଆଳି ମାନଙ୍କ ଦକ୍ଷତା ବୃଦ୍ଧି ତଥା ସହାୟତା ପାଇଁ ଆୟୋଜନ କରାଯାଇ ଆସୁଛି । ଆମ ଦଳରୁ ମଧ୍ୟ ଅତୀତରେ ଅନେକ ଉଇକିଆଳି (ମୃତ୍ୟୁଞ୍ଜୟ ଭାଇ, ସୁବାସ ସାର, ଜ୍ଞାନ ବାବୁ, ଶିତିକଣ୍ଠ ବାବୁ, ସଂଗ୍ରାମ ବାବୁ, ପ୍ରତୀକ, ଅଲିଭା ଦିଦି, ମୁଁ ନିଜେ) ଏହି ପ୍ରୋଗ୍ରାମର ପ୍ରତିଭାଗୀ ହୋଇଛୁ ଓ ଶୁଭ ଭାଇ କିଛି ବର୍ଷ ନିଜେ CIS-A2K ର କର୍ମଚାରୀ ତଥା ହୋଷ୍ଟ ଭାବରେ ଏହାକୁ ବାଙ୍ଗାଲୋରରେ ପରିଚାଳନା କରିଛନ୍ତି । ଚଳିତ ବର୍ଷ CIS-A2K ଦ୍ଵାରା ନୂଆ କରି ଆରମ୍ଭ କରାଯାଇଥିବା Community Collaboration ପ୍ରୋଗ୍ରାମରେ ଆମେ(ସଂଗ୍ରାମ ବାବୁ, ଜ୍ଞାନ ବାବୁ ଓ ମୁଁ ) ଓଡିଆ ଉଇକିଆଳି ୟୁଜର ଗ୍ରୁପ ତରଫରୁ ଟ୍ରେନ ଦ ଟ୍ରେନର - ୨୦୨୪ (ଅଗଷ୍ଟ ୧୫ - ସେପ୍ଟେମ୍ବର ୩୦ ଭିତରେ), ଓଡିଶାରେ ଆୟୋଜନ କରିବା ବାବଦରେ ଆଲୋଚନା ପାଇଁ ଇଚ୍ଚ୍ହୁକ ଅଛୁ । ଏ ନେଇ ଆପଣଙ୍କ ମତାମତ ଦେବାକୁ ଅନୁରୋଧ । --Maina ୨୧:୪୬, ୨ ଅପ୍ରେଲ ୨୦୨୪ (IST)
ଏହା ଆମ ପାଇଁ ଏକ ଭଲ ସୁଯୋଗ ହେବ ନିହାତି ।
ଆମ ୟୁଜର ଗ୍ରୁପରେ ତ କେହି ନୂଆ ଉଇକିଆଳି ନାହାନ୍ତି । ଏହାଦ୍ୱାରା ଆମ ୟୁଜର ଗ୍ରୁପର ଲାଭ କଣ ହେବ !
ଏହା କେବଳ ଆମର ନୁହେଁ, ବିଭିନ୍ନ କମ୍ୟୁନିଟିର ନୂଆ ଉଇକିଆଳିମାନଙ୍କ ଉନ୍ନତ୍ତି ପାଇଁ ଆବଶ୍ୟକ ପଦକ୍ଷେପ । ସେମିତିରେ ଆମେ ମାନେ ଏବେ ଯାଏଁ ଜାତୀୟ ସ୍ତରରେ କୌଣସି ପ୍ରୋଗ୍ରାମ ଆୟୋଜନ କରିନୁ । ଏହା ଆମ ପାଇଁ ଏକ ନୂଆ ଆରମ୍ଭ ହୋଇପାରିବ ବୋଲି ଭାବୁଛୁ ।
ଓଡ଼ିଆ ଉଇକିମିଡ଼ିଆ ଇଉଜର ଗୃପ ତରଫରୁ ଏଇ ବର୍ଷ ଉଇକିମିଡ଼ିଆ ସମିଟ ୨୦୨୪ ପାଇଁ ଅଗଷ୍ଟ ୧୫ ଭିତରେ ଆମକୁ ଦୁଇଟି ନାମ ପ୍ରସ୍ତାବିତ କରିବାକୁ ପଡ଼ିବ । ଆପଣଙ୍କୁ ଅନୁରୋଧ ଯେ ଇଭେଣ୍ଟ ପାଇଁ ନାମ ପ୍ରସ୍ତାବ ଦିଅନ୍ତୁ । ଏଇ ଇଭେଣ୍ଟ ବିଷୟରେ ଅଧିକା ଜାଣନ୍ତୁ । https://meta.wikimedia.org/wiki/Wikimedia_Summit_2024
- ମୃତ୍ୟୁଞ୍ଜୟ କର
- ସଂଗ୍ରାମ କେଶରୀ ସେନାପତି
ମୋର ମତ: ସଂଗ୍ରାମ କେଶରୀ ସେନାପତି ସହିତ Hellohappy ବା ଶୁଭାଶିଷ ଗଲେ ଭଲ ହେବ ,
ଗପୁ, ଚିନୁ ଓ ଅଲିଭା ଏ ତିନି ଜଣଙ୍କ ନାଁ ଯୋଡ଼ୁଛି । ତାଙ୍କ ଭିତରୁ ୨ ଜଣଙ୍କ ନାଁ ପଠେଇବୁ ।
ଜ୍ଞାନ ଭାଇ ଓ ଚିନୁ ଗଲେ ଭଲ ହେବ ବୋଲି ମୋର ମତ ।
ମୁଁ ଗପୁ ଭାଇ ଆଉ ମୋ ନିଜ ନାଁ ଲେଖୁଛି ।
ଗପୁ ଆଉ ଚିନୁ ଯାଆନ୍ତୁ ।
ଅନେକ ନାମ ପ୍ରସ୍ତାବ ଆସିଛି । ତେବେ ଯେଉଁମାନେ ଅଧିକ କାମ କରୁଛନ୍ତି ଓ ଇଭେଣ୍ଟ ବିଷୟରେ ଅବଗତ ଅଛନ୍ତି, ସେମାନଙ୍କ ନାମ ଚୟନ କଲେ ଭଲ ହେବ । କାମ ନ କରୁଥିବା ବା ସ୍ୱଳ୍ପ କାମ କରୁଥିବା ସଭ୍ୟଙ୍କ ନାମ ଦେଲେ ସଂସ୍ଥାର କିଛି ଉପକାର ହେବ ବୋଲି ମୁଁ ଆଶା କରୁନି ।
ଗପୁ, ଚିନୁ, ସୌମେନ୍ଦ୍ର ଭିତରୁ କେହି ଗଲେ ଭଲ ହୁଅନ୍ତା । ଏଇ ସମିଟରେ କମ୍ୟୁନିଟି ବିଷୟରେ ଅଧିକ ଜାଣିଥିବା ଆଉ ରିପ୍ରେଜେନ୍ଟ କରିପାରୁଥବା ଲୋକ ଗଲେ ଭଲ ।
ଏଠି ମିଳିଥିବା ମତାଧାରେ ଆଉ ମୋଟାମୋଟି ଯୋଗଦାନ ଓ ନେତୃତ୍ୱ ଆଧାରରେ ଚିନୁ ଆଉ ଗପୁ ଦି ଜଣଙ୍କ ନାଁ ଓଡ଼ିଆ ଉଇକିମିଡ଼ିଆନ୍ସ ୟୁଜର ଗ୍ରୁପ ତରଫରୁ ଦିଆଗଲା । ସେମାନେ ଆବେଦନ ଫର୍ମରେ ଆବେଦନ କରିବେ ଆଉ ଆମ ୟୁଜର ଗ୍ରୁପର ପ୍ରତିନିଧିତ୍ୱ କରିବେ । ଏତେ କମ ସମୟ ଭିତରେ ମତ ଦେଇଥିବାରୁ ଜ୍ଞାନ, ପ୍ରୀତି ଭାଇ, ସୁବାସ ସାର, ଗପୁ, ଚିନୁ, ସୌମେନ୍ଦ୍ରଙ୍କୁ ଆଉ ଏ ଆଲୋଚନାଟି ଠିକଣା ସମୟରେ ଆରମ୍ଭ କରିଥିବାରୁ ଜ୍ଞାନକୁ ଅନେକ ସାଧୁବାଦ ।
ଚିନୁ ଆଉ ଗପୁ । ଅଭିନନ୍ଦନ । ସେଠି ଯାଇ ନାଁ କରି ଆସ ।
ଆମେ ନିକଟରେ ଉଇକିମିଡ଼ିଆ ଜର୍ମାନୀରୁ ଜାଣିଲୁ ଯେ ସେମାନେ ପ୍ରତି ଆଫିଲିଏଟରୁ କେବଳ ଜଣଙ୍କୁ ଭାଗନେବା ପାଇଁ ଅନୁମତି ଦେଇପାରିବେ । ଚିନୁ ଆଉ ଗପୁ ଉଭୟଙ୍କ ଯୋଗଦାନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଉ ଏଠି ସମସ୍ତେ ସମୟ କାଢ଼ି ମତ ବି ଦେଇଥିଲେ । ଆମେ ଅଜାଣତରେ ଦୁଇଜଣ ଭାଗନିଅନ୍ତୁ ବୋଲି ଚାହିଁ ତାଙ୍କୁ ନାମ ସୁପାରିଶ କରିଥିଲୁ ଓ ସେ ଦୁହେଁ ଅନଲାଇନ କଲରେ ଭାଗ ବି ନେଇଥିଲେ । ତା' ପରେ କେବଳ ଜଣେ ଯିବ ବୋଲି ଜାଣିବା ପରେ ଆମେ ଉଭୟ ଚିନୁ ଓ ଗପୁ ଦୁହିଁଙ୍କ ସଙ୍ଗେ କଥା ହେଲୁ: ଏକତ୍ର ଓ ଅଲଗା ଅଲଗା । ଆଉ ସମାନ ସମୟରେ ଉଇକିମିଡ଼ିଆ ସମିଟ ଆୟୋଜକଙ୍କୁ ପଚାରିଲୁ କାଳେ ସେମାନଙ୍କ ପାଖେ କିଛି ଅଧିକ ବଜେଟ ଥିବ ବା ଅନ୍ୟ କେଉଁ ଆଫିଲିଏଟଙ୍କ ପାଖେ କିଛି ବଜେଟ ଥିବ ହେଲେ ଆମେ ସମସ୍ତେ ଉଇକିଆଳିଏ ଯଦି କିଛି ମିଶେଇ ଦୁହିଁଙ୍କୁ ପଠେଇପାରନ୍ତୁ । ତେବେ ଆୟୋଜକେ ମନା କଲେ ନିୟମାବଳୀ ଆଦି ଦର୍ଶାଇ । ଗପୁ ଆଉ ଚିନୁ ଦୁହିଁଙ୍କ ଅଲଗା ଅଲଗା ମତ, ମିଳିତ ମତ, ସେମାନଙ୍କ ମୋଟାମୋଟି ଏଭଳି ଏକ କାର୍ଯ୍ଯକ୍ରମରେ ଯୋଗଦାନ ଓ ଆଗାମୀ ଭବିଷ୍ୟତରେ ଯୋଗଦାନ, ଆଉ ବିଶେଷ କରି ପ୍ରତି ଆଫିଲିଏଟରୁ କେବଳ ଜଣକୁ ପଠେଇବାର କଡ଼ାକଡ଼ି ନିୟମକୁ ଆଖିରେ ରଖି ଦୁହିଁଙ୍କ ଭିତରୁ କେବଳ ଚିନୁକୁ ବାଛିବାକୁ ବାଧ୍ୟ ହେଲୁ । ଏଭଳି ଏକ ସିଦ୍ଧାନ୍ତ ସବୁବେଳେ କଷ୍ଟ । ଆଉ ଗପୁକୁ ବାରମ୍ବାର ଏକଥା ବି ପଚାରିଚୁ ଯେ ସେ ମନ କଷ୍ଟ କରି ଉଇକିପିଡ଼ିଆରେ କାଳେ ଲେଖାଲେଖି ବନ୍ଦ କରିଦେବ । ତା' ମନ ଊଣା ହେଇଥିବ ନିଶ୍ଚେ ତେବେ ସେ ଆଶ୍ୱାସନା ଦେଇଚି ଛାଡ଼ିବନି ବୋଲି । ଆମେ ଏକ ସମୁଦାୟ ଭାବେ ଗପୁର ଭବିଷ୍ୟତରେ ବିଭିନ୍ନ କାର୍ଯ୍ଯକ୍ରମରେ ଆଉ ବିଶେଷ କରି ବିଶ୍ୱସ୍ତରୀୟ କାର୍ଯ୍ଯକ୍ରମରେ ଯୋଗଦାନ ବେଳେ ଆପ୍ଲିକେସନ ସମ୍ପାଦନାରେ ସହଯୋଗ କରିବୁ ବୋଲି ଆଶା । ସେ ବିଭିନ୍ନ ଜାଗାରେ ଓଡ଼ିଆ ଉଇକିମିଡ଼ିଆ କମୁନିଟିକୁ ପ୍ରତିନିଧିତ୍ୱ କଲେ ଭବିଷ୍ୟତରେ ଉଇକିମିଡ଼ିଆ ସମିଟକୁ ମଧ୍ୟ ଯିବ ବୋଲି ଆଶା । ଆମ କମୁନିଟିରୁ ଚିନୁ ଯାଉଚି ବୋଲି ଖୁସି ଆଉ ଏତେ ଚେଷ୍ଟା କରି ଗପୁ ଯାଇପାରୁନି ବୋଲି ଦୁଃଖ । ଚିନୁ ମଧ୍ୟ ତା' ଆଡ଼ୁ ଅନେକ ଚେଷ୍ଟା କରିଚି । ଚିନୁ ଯିବା ଆଗରୁ ଓ ପରେ କଣ କଣ ସେଠି ଆଲୋଚନା କରିବ/କଲା ସେ ବାବଦରେ ମାସିକ ଆଲୋଚନାରେ ଆଲୋଚନା ହେଲେ ଭଲ । ହେଲେ ଗୋଟେ ସଂକ୍ଷିପ୍ତ ତାଲିକା ଓ ବିଶେଷ କରି ଅସୁବିଧାଗୁଡ଼ିକ ଲିପିବଦ୍ଧ ହେବ ଆଉ ସେ ଗଲେ ଆଲୋଚନା କରିବ ।
ଏଭଳି ନିର୍ଣ୍ଣୟ ନେବା ନିହାତି କଷ୍ଟକର, ଏହା ନିଃସନ୍ଦେହ ।
ଗପୁ ଓ ଚିନୁ ଓଡ଼ିଆ ଉଇକି ପାଇଁ ନିଜ ନିଜ ବାଟରେ ଅନେକ ଅବଦାନ କରିଆସୁଛନ୍ତି ଏଥିରେ କୌଣସି ସଂଶୟ ନାହିଁ ।
ମୋର ଏକ ଛୋଟ ଅନୁରୋଧ, କେଉଁ କେଉଁ ଆଧାରରେ ଚିନୁଙ୍କୁ ବଛାଗଲା, ତାହା ମଧ୍ୟ ଖୋଲିକରି ଲେଖିଲେ ସଭିଙ୍କ ପାଇଁ ନିଷ୍ପତ୍ତିଟିର ସ୍ୱଚ୍ଛତା ରୁହନ୍ତା ।
ଆଗାମୀ ଉଇକିମିଡ଼ିଆ ସମିଟ୍ ମୁଖ୍ୟତଃ ମୁଭ୍ମେଣ୍ଟ ଷ୍ଟାଟର୍ଜିକୁ ପ୍ରାଧାନ୍ୟତା ଦେଉଛି ଆଉ ଏହା ଉପରେ ଚିନ୍ମୟୀ ଆମ ଇଉଜର ଗ୍ରୁପ୍ରୁ ସବୁଠାରୁ ଅଧିକ କାମ କରିଛନ୍ତି । ଡିସେମ୍ବର ମାସରେ ଆୟୋଜନ କରାଯାଇଥିଲା କାର୍ଯ୍ୟକ୍ରମ ଜରିଆରେ, ପୂର୍ବରୁ ଇଉନିଭର୍ସାଲ୍ କୋଡ଼ ଅଫ୍ କଣ୍ଡକ୍ଟ ଉପରେ ଓ ଏବେ ଲେଟସ୍ କନେକ୍ଟ ଜରିଆରେ ତାଙ୍କର ଅଭିଜ୍ଞତା ଅଧିକ । ଯାହାକି ତାଙ୍କୁ ଓଡ଼ିଆ ଉଇଜର ଗ୍ରୁପ୍କୁ ଭଲରେ ରିପ୍ରେଜେଣ୍ଟ କରିବାର ସୁଯୋଗ ଦେବ ଓ ଆମ ଇଉଜର ଗ୍ରୁପ୍କୁ ସମିଟ୍ରେ ମଧ୍ୟ ପ୍ରାଧାନ୍ୟତା ମିଳିପାରିବ । ପୂର୍ବରୁ ଉଇକିମିଡ଼ିଆ ସମିଟ୍ରେ ଆମେ ମାତ୍ର ଥରେ ଯୋଗ ଦେଇଛନ୍ତି (ପ୍ରୀତି ଭାଇ) ଓ ଏଥର ସେମିତି କିଛି ଭଲ ଛାପ ନ ଛାଡ଼ିଲେ ଆଗକୁ ଅସୁବିଧା ହୋଇପାରେ । କାରଣ ଏଥର ବି ଆମକୁ ଯିବାକୁ ସୁଯୋଗ ମିଳିନଥିଲା, ସେମାନଙ୍କୁ ଅନୁରୋଧ କରାଯାଇ ଆବେଦନର ଶେଷ ତାରିଖରେ ଜ୍ଞାନ ଭାଇ ଓ ଚିନୁ ସିଙ୍ଗାପୁରରେ ଆପ୍ରୁଭ୍ କରେଇଥିଲେ ।
ବାଃ, ବହୁତ ଭଲ ।
ଜଣାଇଥିବାରୁ ଧନ୍ୟବାଦ 🙏🏼
ଏଥିରେ ଲୁଚାଇକି କି ପଛଦ୍ୱାରରେ କିଛି ହେଇନି ।
ସଂକ୍ଷେପରେ କହିବାକୁ ଗଲେ, ଏଇଠି ଅଲୋଚନା ପରେ ଆମେ ସମିଟବାଲାକୁ ମେଲ କଲୁ ଦୁଇଜଣଙ୍କ ନାଁ । ସେମାନେ ଉତ୍ତର ଦେଲେ କି ଜଣେ ହିଁ ଯିବେ ଆଉ ଆପଣ ମାନେ ନିର୍ଣ୍ଣୟ ନିଅନ୍ତୁ । ଦୁଇଜଣ କଣ୍ଟାକ୍ଟ ପର୍ସନ (ମୁଁ ଆଉ ଶୁଭାଷିଷ ଭାଇ) ଓ ବଛା ହୋଇଥିବା ଦୁଇଜଣ( ଗପୁ ଆଉ ଚିନୁ) ସମସ୍ତେ ମିଶିକି ଅଲୋଚନା କଲା ପରେ ଏଭଳି ନିଷ୍ପତ୍ତି ନିଆହେଇଛି ।
କିଛି ଅଧିକା ଆଧାର, ଆଲୋଚନା, ଜଣିବା କଥା:
- ଏଇଠି ଗପୁଙ୍କୁ ୬ଟି ସମର୍ଥନ ମିଳିଥିଲା ଆଉ ଚିନୁଙ୍କୁ ୫ଟି ।
- ଗତ ଦୁଇଥର ପୁରୁଷ ବଛା ହେଇଥିଲେ ଆଉ ଆମ ପରି ଛୋଟ କମ୍ୟୁନିଟିରୁ ମହିଳା ଯିବା ନିହାତି ବଡ଼ କଥା ଆଉ ଦରକାର ବି, ଯାହା ଜେଣ୍ଡର ଗ୍ୟାପ ପାଇଁ ଗୋଟେ ପଦକ୍ଷେପ ।
- ବହୁତ କଥାବାର୍ତ୍ତାରୁ ଜଣା ପଡ଼ିଲା କି ଚିନୁର ଅନ୍ତ-ସମୁଦାୟ ସମ୍ପର୍କ (inter-community dynamics) ଅଧିକା ଅଛି ଯାହା ଏଇ ଭଳି ଇଭେଣ୍ଟ ପାଇଁ ଦରକାର ।
- ଉଇକିମିଡ଼ିଆ ସମିଟ ଗୋଟେ ଷ୍ଟ୍ରାଟେଜିକ ଇଭେଣ୍ଟ, ସେଠାରେ ଅର୍ଥ, ପ୍ରଯୁକ୍ତିବିଦ୍ୟା, ରଣନୀତି ଏବଂ ସହଯୋଗୀ ମାନଙ୍କ ବିଷୟରେ ନିଷ୍ପତ୍ତି, ଏବଂ ମୁଭମେଣ୍ଟ ଚାର୍ଟର ବିଷୟରେ ଅଲୋଚନା ହେବ । ଚିନୁ ଆଗରୁ ମୁଭମେଣ୍ଟ ଚାର୍ଟର ପାଇଁ ଗୋଟେ ସ୍ଥାନୀୟ ମେଳଣ କରିଛି ଏବଂ ସେ ବାବଦରେ କାମ ବି କରୁଛି ।
- ସମିଟରେ ଉଇକିମିଡ଼ିଆ ଷ୍ଟ୍ରାଟେଜି ଆଉ ବିଶେଷ କରି ଜେଣ୍ଡର ଗ୍ୟାପ ଉପରେ ଫୋକସ ଥିବାରୁ ସେସବୁରେ ବିଶ୍ୱ ସ୍ତରରେ ସକ୍ରିୟ ଥିବା ଜଣଙ୍କୁ ପଠେଇବା ଉଚିତ ହେବ ।
- ଆଉ ଚିନୁ ଏବେ ଗୋଟେ ଇଣ୍ଟରନ୍ୟାସନାଲ କନଫରେନ୍ସ ପରିଚାଳନା କରୁଚି ତେଣୁ ତା ବାବଦରେ ଅପଡେଟ କରିବା ଆଉ ଭବିଷ୍ୟତ ପ୍ଲାନିଂ ପାଇଁ ସମିଟ ପ୍ରକୃଷ୍ଟ ସ୍ଥାନ ।ସେଠି ଆମ ଇଉଜର ଗୃପକୁ ଭଲଭାବେ ରିପ୍ରେଜେଣ୍ଟେସନ ମିଳିବ ।
- ଗପୁ ଅନେକ ଜିନିଷରେ ସକ୍ରିୟ ଆଉ ତା'ର ବିଶ୍ୱସ୍ତରୀୟ ଯୋଗଦାନ ବଢୁଚି ।
- ଆମର ଆଶା ଭବିଷ୍ୟତରେ ସେ ଗଲେ ଏଥର ଅପେକ୍ଷା ବେଶୀ ଲାଭ ହେବ । ସେ ଆରମ୍ଭ କରୁଥିବା କାମ ଗୁଡିକ ଆଗକୁ ମାନେ ବର୍ଷେ ଦୁଇ ବର୍ଷ ବେଳକୁ ଅଧିକା ପରିପକ୍ୱ ହେଇଥିବ ଯାହାକି ତାକୁ ଏବଂ ତାଦ୍ୱାରା ଆମ ଇଉଜର ଗୃପକୁ ଅଧିକ ଭଲ ଭାବେ ଦେଖେଇ ପାରିବ ।
ଏଡିଟ କାଉଣ୍ଡର ଅନୁସାରେ ଚିନ୍ମୟୀ ମିଶ୍ର ଏତେ ବର୍ଷ ଉଇକିପିଡ଼ିଆରେ କାମ କରିବା ପରେ ତାଙ୍କର ଅବଦାନ ହେଲା ୩୭ ଓ ଡିଲିଟ ହେଲା ୨୦ । ଅତଏବ ମୋଟ ଅବଦାନ ୧୭ । ଏହା ପ୍ରାୟ ୮ ବର୍ଷରେ ଦାନ କରିଛନ୍ତି । ନିଶ୍ଚୟ ଏକ ବିରାଟ ଅବଦାନ ।
ଆପଣଙ୍କର କିଛି ଅଭିଯୋଗ ଥିଲେ ଆପଣ ଲେଖି ପାରିବେ କିମ୍ବା ନୁଆ ଅଲୋଚନା ଆରମ୍ଭ କରିପାରିବେ,ଏମିତି ସହ ଉଇକିଆଳିଙ୍କୁ ତାତ୍ସଲ୍ୟ ନ କରିବା ଉଚିତ । ଏଥିରୁ ନିବୃତ ରୁହନ୍ତୁ ।
@Subas Chandra Rout ସାର୍, ଏଇଟା ଉଇକିମିଡ଼ିଆ ସମିଟ୍, ଉଇକି ଆଡ୍ଭାନ୍ସଡ୍ ଟ୍ରେନିଂ ନୁହେଁ, ଏଥିରେ ପ୍ରସଙ୍ଗ ଅବଦାନ ପାଇଁ ନୁହେଁ ବରଂ ଉଇକିମିଡ଼ିଆ ମୁଭ୍ମେଣ୍ଟରେ ଅବଦାନ ପାଇଁ ଚୟନ କରାଯାଇଥାଏ । ପ୍ରସଙ୍ଗ ଗଢ଼ିବାରେ ଅବଦାନ ବଡ଼ ହୋଇ ନପାରେ, କିନ୍ତୁ ଏକାକୀ ଓଡ଼ିଶାରେ କାର୍ଯ୍ୟକ୍ରମ କରିବା ହେଉ ବା ଉଇକି ଓମେନ୍ କ୍ୟାମ୍ପ୍ ଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଭାରତରେ ଆୟୋଜନ କରିବା ଛୋଟ ଅବଦାନ ନୁହେଁ ।
ମୋର କୌଣସି ଅଭିଯୋଗ ନ ଥିଲା ବା ଏବେ ବି ନାହିଁ, କିନ୍ତୁ ଦୁଃଖ ଲାଗୁଛି, ଅନେକ ଅଛନ୍ତି ଯେଉଁମାନେ ଉଇକିପିଡ଼ିଆରେ ଅନେକ ବର୍ଷ ଧରି ରହିଲେ ମଧ୍ୟ ତାଙ୍କର ବିଶେଷ ଅବଦାନ ରହୁନି । ଜଣେ ବର୍ଷକୁ ଗୋଟିଏ ଲେଖା ଦାନ କରୁଥିବା ଦେଖିଲେ ମୋତେ ଦୁଃଖ ଲାଗୁଛି । ଯଦି ଏହା ଅନ୍ୟମାନଙ୍କୁ ଭଲ ଲାଗୁଛି, ତେବେ କହିବାର କିଛି ନାହିଁ । ମୁଁ ଆଉ କୌଣସି ଆଲୋଚନାରେ ଭାଗ ନେଉନି କି ନେବିନି । ମୁଁ ବିଦାୟ ନେଉଛି ।
ମୁଁ ଭାବୁଚି ଜ୍ଞାନ ଆଉ ମୁଁ ସବୁ ଉପରେ ବୁଝାଇ ଲେଖିଚୁ ଆଉ ଗପୁ ନିଜେ ବି ତା' ମତ ଲେଖିଚି / ଯଦି ନିର୍ଦ୍ଦିଷ୍ଟ ପ୍ରଶ୍ନ ଥାଏ ଦୟାକରି ପଚାରନ୍ତୁ (ଉପରେ ସୌମେନ୍ଦ୍ର ପଚାରିଥିବା ଭଳି) / ଅନ୍ୟ ଉଇକିଆଳିଙ୍କୁ ତାତ୍ସଲ୍ୟ ପାଇଁ କୌଣସି ସ୍ଥାନ ଏଠି ନାହିଁ / ସମ୍ପାଦନା ଗଣି ଉଇକିମିଡ଼ିଆ ସମିଟକୁ କାହାରିକୁ ପଠାଯାଏ ନାହିଁ ବୋଲି ସବୁ ପୁରୁଖା ଉଇକିଆଳି ଜାଣିବା ଉଚିତ / ଜ୍ଞାନ ଉପରେ ବି ଲେଖିଚି ଛଅ ଜଣ ଗପୁ ପାଇଁ ଆଉ ପାଞ୍ଚ ଜଣ ଚିନୁ ପାଇଁ ମତ ଦେଇଥିଲେ / ତେବେ କେବଳ ମତ ସଂଖ୍ୟା ନୁହେଁ ବରଂ ବିଭିନ୍ନ ବିଷୟକୁ (ଉପରେ ଜ୍ଞାନ ଲେଖିଚି) ନେଇ ଆମେ ଉଭୟ ଚିନୁ ଓ ଗପୁ ସହ କଥା ହୋଇ ଲେଖିଚୁ / ଏତେ କମ ସମୟ ଭିତରେ ଏତେ ଜଣ ସ୍ୱେଚ୍ଛାସେବୀଙ୍କ ଶ୍ରମ ଆଉ ସମୟ ବିନିଯୋଗକୁ ସମ୍ମାନ ଦେଇ ଆମେ ବହୁ କଷ୍ଟରେ ସିଦ୍ଧାନ୍ତଟି ନେଲୁ / ଯଦି କେହି ଜ୍ଞାନ ବା ମୋତେ ପ୍ରଶ୍ନ ପଚାରିବାକୁ ଚାହାଁନ୍ତି ପଚାରନ୍ତୁ (ମୁଁ ବହୁ ବର୍ଷ ପରେ ନିଜ ପାଇଁ କିଛି ଛୁଟି ବାହାର କରିଥିଲି ହେଲେ ଉପରେ ଆଲୋଚନା ଭିନ୍ନ ଦିଗକୁ ଯାଉଥିବାରୁ ବାଧ୍ୟ ହୋଇ ମୋବାଇଲରୁ ଲେଖୁଚି / ମୁଁ ବି ଜଣେ ସ୍ୱେଚ୍ଛାସେବୀ ଆଉ ତୁରନ୍ତ ଉତ୍ତର ଦେବାକୁଅକ୍ଷମ)
ପ୍ରଣାମ ସଭିଙ୍କୁ, ମୁଁ ୨୦୨୪ ଉଇକିମିଡିଆ ସମିଟ ପାଇଁ ଯିବା ଆଗରୁ ଏଠି କିଛି ଲେଖୁଛି । ପ୍ରଥମେ, ଧନ୍ୟବାଦ କମ୍ୟୁନିଟିକୁ ମତେ ଏହି ସୁଯୋଗ ଦେବା ପାଇଁ । ଦ୍ଵିତୀୟ ଓ କାମର ଜିନିଷ, ସମିଟ ଆରମ୍ଭ ହେବା ଆଗରୁ ମୁଭମେଣ୍ଟ ଚାର୍ଟର ଶେଷ ଡ୍ରାଫ୍ଟ ଟି ମେଟାରେ ଅପଡେଟ କରିଦିଆଯାଇଛି ଓ ସେ ଅନୁଯାୟୀ ଉଇକିମିଡିଆ ସମିଟର ପ୍ରୋଗ୍ରାମ ମଧ୍ୟ ମେଟାରେ ଛଡ଼ାଯାଇଛି । ଆମ ଆଞ୍ଚଳିକ ସମସ୍ଯା ଗୁଡିକ ତଥା ନିକଟ ଭବିଷ୍ୟତର କାର୍ଯ୍ୟକୁ ଆଖିରେ ରଖି ମୁଁ ଗ୍ରାଣ୍ଟ ମେକିଙ୍ଗ ଆଲୋଚନାରେ ଭାଗ ନେବାକୁ ନା ଦେଇଛି । । ଆଶା କିଛି ମାତ୍ରାରେ ନିଜ ଅଞ୍ଚଳର ସମସ୍ଯା ଉପରେ ଆଲୋକପାତ କରି ପାରିବି ଓ ସମାଧାନ ପାଇଁ ଅନୁରୋଧ କରି ପାରିବି । ଯଦି ୟୁଜର ଗୃପ ତରଫରୁ କାହାର କୌଣସି ଆପତ୍ତି ବା ପ୍ରଶ୍ନ ସେଠି ପହଞ୍ଚାଇବାର ଥାଏ, ତାହାଲେ ଏଠି ଲେଖିବାକୁ କିମ୍ବା ମତେ ବ୍ୟକ୍ତିଗତ ଭାବରେ ଜଣେଇଦେବାକୁ ଅନୁରୋଧ କରୁଛି । ଆଗାମୀ ୧୮ ତାରିଖ ସନ୍ଧ୍ଯା ବେଳେ ଗୋଟେ ଛୋଟ ଅନ୍ଲାଇନ କଲ ପାଇଁ ଲେଖୁଛି, ସମୟ ବାହାର କରି ଯୋଗ ଅନୁରୋଧ ।