Jump to content

ଓଡ଼ଗାଁ

ଉଇକିପିଡ଼ିଆ‌ରୁ
ଓଡ଼ଗାଁ
ଗ୍ରାମ
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାନୟାଗଡ଼ ଜିଲା
ଭାଷା
Time zoneUTC+5:30 (ଭାରତୀୟ ସମୟ)
PIN
୭୫୨୦୮୧
Telephone code୦୬୭୫୩
ଯାନବାହାନ ପଞ୍ଚୀକରଣOR/25

ଓଡ଼ଗାଁ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ଥିବା ଏକ ଗାଆଁ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପୁରୁଣା ଅବିଭକ୍ତ ପୁରୀଜିଲ୍ଲା ଏବଂ ବର୍ତ୍ତମାନର ନୟାଗଡ଼ ଜିଲ୍ଲାରେ ଅବସ୍ଥିତ ଓଡ଼ଗାଁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ | ଏହା ନୟାଗଡ଼ ସହରଠାରୁ ୩୦ କି.ମି. ଏବଂ ରାଜଧାନୀ ଭୁବନେଶ୍ୱରଠାରୁ ୧୧୪ କି.ମି. ଦୂରରେ ଅବସ୍ଥିତ । ଓଡ଼ଗାଁ ନୟାଗଡ଼ ଜିଲ୍ଲାର ଏକ ବ୍ଲକ । ଓଡ଼ଗାଁ ଅନେକ ଛୋଟିଆ ଛୋଟିଆ ଗ୍ରାମ ଏବଂ ସାହିର ସମାହାର । କୁସୁମି ନଦୀ ଏହିଗ୍ରାମ ଦେଇ ପ୍ରବାହିତ ହୁଏ । ଏହା ଏକ ଚିରସ୍ରୋତା ନଦୀ ନୁହେଁ । ଓଡ଼ଗାଁ ଏକ ପାର୍ବତ୍ୟା ଅଞ୍ଚଳର ପାଦଦେଶରେ ଅବସ୍ଥିତ ଥିବାରୁ ଗ୍ରୀଷ୍ମ ଋତୁରେ ଏଠାରେ ପ୍ରବଳ ଜଳାଭାବ ଦେଖାଯାଏ କିନ୍ତୁ ବର୍ଷା ଋତୁରେ ପାଦଦେଶରେ ଧାନଚାଷ କରିହୁଏ ।

କିମ୍ବଦନ୍ତୀ[ସମ୍ପାଦନା]

ଏହି ଗ୍ରାମରେ କିଛିଦିନ ଅବସ୍ଥାନ କରି ଶ୍ରୀରାମ ତାଙ୍କର ବନବାସ ଜନିତ କ୍ଳାନ୍ତି କଟେଇଥିଲେ ବୋଲି ଲୋକେ କହନ୍ତି । ଏଠାରେ ଶ୍ରୀରାମଙ୍କ ଏକ ମନ୍ଦିର ଅଛି ଯିଏ “ରଘୁନାଥଜୀଉ” ନାମରେ ପରିଚିତ । ମୁଖ୍ୟ ମନ୍ଦିରରେ ରାମ, ଲକ୍ଷ୍ମଣ, ମା' ସୀତା ଓ ହନୁମାନଙ୍କ ମୂର୍ତି ପୂଜା ପାଉଛି । ଏଠାରେ ପୁରାଣ ପ୍ରସିଦ୍ଧ ଅତ୍ରି ମୁନୀ କଂର ଆଶ୍ରମ ଥିଲା ଆଉ ଏଠାରେ ଅନୂସୟା ଦେବୀ ସୀତାଙ୍କୁ

ବସ୍ତ୍ର ପ୍ରଦାନ କରିଥିଲେ ।

ପ୍ରସିଦ୍ଧତା[ସମ୍ପାଦନା]

ଏହି ଗ୍ରାମକୁ ଓଡ଼ିଶା ତଥା ବାହାର ଲୋକମାନେ ଦ୍ୱିତୀଯ ଶ୍ରୀକ୍ଷେତ୍ର ଭାବେ ମାନି ଆସୁଛନ୍ତି । ଏଠାରେ ଥିବା ରାମ ମନ୍ଦିରକୁ ଶ୍ରୀ ରଘୁନାଥ ଜୀଉ ମନ୍ଦିର କୁହାଯାଏ ଏବଂ ଏହି ମନ୍ଦିରର ଚୁଡରେ ତିନି ଗୋଟି ସ୍ୱର୍ଣ୍ଣ ତିଆରି କଳସୀ ନୟାଗଡ଼ ରାଜା ପ୍ରତିଷ୍ଠା କରିଥିଲେ ଯାହାକି ବିରଳ ଅଟେ ଯାହାର ଓଜନ ୪୫ କିଲୋ ବୋଲି ଅନୁମାନ କରାଯାଏ (ଗୋଟିକର ଓଜନ) । କୁହାଯାଏ ଯେ ସାରା ଜଗତରେ କେବଳ ଏହା ଗୋଟିଏ ମନ୍ଦିର ଯେଁଉଠି ଶ୍ରୀରାମଙ୍କର ନିଷ ଓ ଦାଢି ଅଛି । ପୁରୀ ମନ୍ଦିର ପରେ କେବଳ ଏଠାରେ ନିମ୍ବ କାଠ ତିଆରି ଠାକୁର ଅଛନ୍ତି ।

ପର୍ବ ପର୍ବାଣି[ସମ୍ପାଦନା]

ଓଡ଼ିଶାର ମଧ୍ୟ ଭାଗରେ ଥିବାରୁ ପୂର୍ବ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ପର୍ବ ଏଠାରେ ପାଳନ ହୁଏ । ମୁଖ୍ୟତଃ ରଥଯାତ୍ରା, ନୂଆଖାଇ, ଦଶରା, ଶ୍ରୀରାମନବମୀ ଇତ୍ୟାଦି ମହାଡ଼ମ୍ବରରେ ପାଳନ କରାଯାଏ । ଶ୍ରୀରାମ ନବମୀ ଏହାର ପ୍ରମୁଖ ପର୍ବ । ନବମୀଠାରୁ ୯ ଦିନ ଯାଏଁ ଗାଁର ମଧ୍ୟ ଭାଗରେସ୍ଥିତ “ରଘୁନାଥଜୀଉ ମନ୍ଦିର”ରେ ଶ୍ରୀରାମଙ୍କ ବିଭିନ୍ନ ଲୀଳାର ବେଶ ଅନୁଷ୍ଠିତ ହୋଇ ଶେଷଦିନ ରାବଣ ପୋଡ଼ିରେ ଶେଷ ହୁଏ । ଏହି ନ’ଦିନ ଯାକ ଗାଁରେ ଭେଳିକିଭେଳି ଯାନିଯାତ ଅନୁଷ୍ଠିତ ହୁଏ । ଗାଁରେ ଶ୍ରୀରାମ ନବମୀର ନବମ ଦିନ ଏବଂ ଦଶହରା ଦିନ ଏହିଭଳି ଦୁଇଦିନ ରାବଣ ପୋଡ଼ି ଉତ୍ସବ ହୁଏ । ଏଠାରେ ପ୍ରତି ବରଷରେ ଥରେ ଓଡଗାଁ ମହୋସ୍ଥବ ପାଳନ କରାଯାଏ ।

ଜୀବନ ଜୀବିକା[ସମ୍ପାଦନା]

ଏହା ଏକ ବ୍ଲକ ହେଇଥିବାରୁ କିଛି ଲୋକ ସରକାରୀ ଚାକିରି କରନ୍ତି । ଶିକ୍ଷକତା, ବ୍ୟବସାୟ ଛଡା ଲୋକେ ଚାଷବାସ କରି ପେଟ ପୋଷନ୍ତି । ଗ୍ରାମର ପୁରାତନ ମେଧାବୀଛାତ୍ର ସବୁ ଗ୍ରାମ ବାହାରେ ତଥା ଭିତରେ ରହି ଗ୍ରାମର ବିକାଶରେ ସାହାଯ୍ୟ କରୁଛନ୍ତି ।

ସୁବିଧା ସୁଯୋଗ[ସମ୍ପାଦନା]

ଏହି ଗ୍ରାମରେ ପ୍ରାଥମିକ, ମାଧ୍ୟମିକ ସହ ଉଚ୍ଚମାଧ୍ୟମିକ ଶିକ୍ଷା ପାଇଁ ବ୍ୟବସ୍ଥା ଅଛି । ଚିକିତ୍ସାଳୟ, କଚେରୀ ଏବଂ ଡାକ ଓ ତାରର ମଧ୍ୟ ସୁବିଧା ଅଛି । କିନ୍ତୁ ବିଦ୍ୟୁତ ଶକ୍ତିର ଅଭାବ ଏଠାରେ ପରିଲକ୍ଷିତ ହୁଏ । ଭୁବନେଶ୍ୱର-ନୟାଗଡ଼-ବ୍ରହ୍ମପୁର ରାସ୍ତାକୁ ଜାତୀୟ ରାଜପଥ ମାନ୍ୟତା ମିଳିବା ପରେ ଗ୍ରାମର ମୁଖ୍ୟରାସ୍ତାର ରୂପରେଖ ବଦଳିଛି । ପ୍ରତି ସାହିକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ପିଚୁ ତଥା ସିମେଣ୍ଟ ରାସ୍ତାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ।