Jump to content

ଓଡ଼ିଶା ଉଚ୍ଚ ନ୍ୟାୟାଳୟ

ଉଇକିପିଡ଼ିଆ‌ରୁ
(ଓଡ଼ିଶାର ଉଚ୍ଚ ନ୍ୟାୟାଳୟରୁ ଲେଉଟି ଆସିଛି)
ଓଡ଼ିଶା ଉଚ୍ଚ ନ୍ୟାୟାଳୟ
ସ୍ଥାପିତ୨୬ ଜୁଲାଇ ୧୯୪୮ [୧]
ବିସ୍ତାରଭାରତ
ସ୍ଥାନକଟକ, ଓଡ଼ିଶା
ସଂରଚନାଭାରତର ରାଷ୍ଟ୍ରପତି, ପ୍ରଧାନ ବିଚାରପତି ଏବଂ ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ନିଶ୍ଚିତତା ସହିତ ।
ଅଧିକାର ପ୍ରାପ୍ତଭାରତୀୟ ସମ୍ବିଧାନ
Decisions are appealed t oଭାରତର ଉଚ୍ଚତମ ନ୍ୟାୟାଳୟ
ବିଚାରପତି କାର୍ଯ୍ୟକାଳ୬୨ବର୍ଷ ବୟସ ପର୍ଯ୍ୟନ୍ତ
ସଦସ୍ଯତା ସଂଖ୍ଯା୩୩ [୨]
Websitehttp://www.orissahighcourt.nic.in
ମୁଖ୍ୟ ବିଚାରପତି
ବର୍ତ୍ତମାନଧୀରେନ୍ଦ୍ର ହୀରାଲାଲ ବାଘେଲା [୩]
ନିଯୁକ୍ତି ଦିନ୧୩ ଅପ୍ରେଲ ୨୦୧୫

ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓଡ଼ିଶାର କଟକରେ ଅବସ୍ଥିତ ଏକ ଭାରତୀୟ ରାଜ୍ୟସ୍ତରୀୟ ଉଚ୍ଚନ୍ୟାୟାଳୟ । ଏହା ୧୯୪୮ ଜୁଲାଇ ୨୬ ଦିନ ପ୍ରତିଷ୍ଠିତ ହୋଇଥିଲା । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମଞ୍ଜୁରିପ୍ରାପ୍ତ ମୋଟ ବିଚାରପତିଙ୍କ ସଂଖ୍ୟା ୨୭ । ବର୍ତ୍ତମାନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୨୨ ଜଣ ବିଚାରପତି କର୍ତ୍ତବ୍ୟରତ ।

ଇତିହାସ[ସମ୍ପାଦନା]

୧୯୩୬ରେ ଓଡ଼ିଶା ପ୍ରଦେଶ (ପ୍ରୋଭିନ୍ସ) ଗଠନ ପୂର୍ବରୁ ଓଡ଼ିଶାର କେତେକାଂଶ ବଙ୍ଗଳା, କେତେକାଂଶ ବିହାର, କେତେକାଂଶ କେନ୍ଦ୍ରୀୟ ଓ ଆଉ କେତେକାଂଶ ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଭୁକ୍ତ ଥିଲା । ୧୯୧୨ ମାର୍ଚ୍ଚ ୨୨ରେ ବିହାର ଓ ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ଓଡ଼ିଶା, କଲିକତା ଉଚ୍ଚ ନ୍ୟାୟାଳୟର ଅଧୀନରେ ରହିଲା । ୧୯୧୬ ଫେବୃଆରୀ ୦୯ରେ ପାଟଣା ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ପରେ ଓଡ଼ିଶା ବିଚାର ବ୍ୟବସ୍ଥା ଦୃଷ୍ଟିରୁ ପାଟଣା ଉଚ୍ଚନ୍ୟାୟାଳୟ ଅଧୀନକୁ ଚାଲିଗଲା । ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେବା ସତ୍ତ୍ୱେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ବ୍ୟବସ୍ଥା ନ ଥିଲା । ବିଭିନ୍ନ ମହଲରୁ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ଜନସାଧାରଣଙ୍କ ଦାବି କ୍ରମେ ଭାରତ ସରକାରଙ୍କ ଆଇନ ବିଭାଗ (ରିଜୋଲ୍ୟୁସନ୍ ତାରିଖ: ୧୯୪୨ ଅଗଷ୍ଟ ୧୯)ଦ୍ୱାରା ଓଡ଼ିଶାରେ ଉଚ୍ଚନ୍ୟାୟାଳୟର ଆବଶ୍ୟକତା ଅନୁଧ୍ୟାନ କରିବା ପାଇଁ ବୀର କିଶୋର ରାୟଙ୍କୁ ଅଧ୍ୟକ୍ଷ, ସି.ଏମ୍. ଆଚାର୍ଯ୍ୟ, ବିଚିତ୍ରାନନ୍ଦ ଦାଶ ଓ ନରସିଂହ ରାଓଙ୍କୁ ସଭ୍ୟ ଭାବେ ନେଇ ଏକ କମିଟି ସ୍ଥାପନ କଲେ । ଉକ୍ତ କମିଟି ତାଙ୍କ ରିପୋର୍ଟରେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ସୁପାରିସ କଲେ । ଫଳରେ ଭାରତ ସରକାରଙ୍କ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ୧୯୪୮ (Orissa High Court Order, 1948) ବଳରେ ୧୯୪୮ ଜୁଲାଇ ୨୬ ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହେଲା ।[୪] ଜଷ୍ଟିସ୍‌ ବୀର କିଶୋର ରାୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ହେଲେ ।[୫]

ଅଧିକାର କ୍ଷେତ୍ର[ସମ୍ପାଦନା]

ସାମ୍ବିଧାନିକ ବ୍ୟବସ୍ଥାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୌଳିକ ଅଧିକାର କ୍ଷେତ୍ରସବୁ ହେଲା[୬]:

  • ମୂଳ ଅଧିକାର କ୍ଷେତ୍ର:

ଭାରତୀୟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଓଡ଼ିଶା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଏହାର ଅଧିକାର କ୍ଷେତ୍ର ମଧ୍ୟରେ ରିଟ ମାଧ୍ୟମରେ ନାଗରିକର ମୌଳିକ ଅଧିକାର ରକ୍ଷା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିପାରିବେ ।

  • ଅପିଲ ସମ୍ବନ୍ଧୀୟ ଅଧିକାର କ୍ଷେତ୍ର:

ରାଜ୍ୟର ଯେ କୌଣସି ବରିଷ୍ଠ ଦେୱାନୀ ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ଦ୍ୱିତୀୟ ଅପିଲ (RSA) ତଥା ଜିଲ୍ଲା ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ପ୍ରଥମ ଅପିଲ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ହିଁ ଦାୟର ହେବ । ଫୌଜଦାରୀ ମାମଲାରେ ସାତନର୍ଷରୁ ଅଧିକ କାରାଦଣ୍ଡ ହୋଇଥିବା ଆଦେଶ ବିରୁଦ୍ଧରେ ଉଚ୍ଚନ୍ୟାୟାଳୟରେ ଫୌଜଦାରୀ ଅପିଲ କରାଯାଇପାରିବ ।

  • ପ୍ରଶାସନିକ ଅଧିକାର କ୍ଷେତ୍ର:

ଉଚ୍ଚନ୍ୟାୟାଳୟ ଏହା ଅଧୀନସ୍ଥ ସମସ୍ତ ଅଧସ୍ତନ ଅଦାଲତ ତଥା ଟ୍ରିବ୍ୟୁନାଲର କାର୍ଯ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବେ ନିରୀକ୍ଷଣ କରିପାରିବେ ତଥା ଆବଶ୍ୟକ ସ୍ଥଳେ କୌଣସି ମାମଲାକୁ ଗୋଟିଏ ଅଦାଲତରୁ ଅନ୍ୟ ଏକ ଅଦାଲତକୁ ସ୍ଥାନାନ୍ତର କରିପାରିବେ । ସମସ୍ତ ଅଧସ୍ତନ ଅଦାଲତର ବିଚାରପତିଙ୍କ ନିଯୁକ୍ତି ତଥା ବଦଳି ମଧ୍ୟ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ହୁଏ ।

ମୁଖ୍ୟ ବିଚାରପତି[ସମ୍ପାଦନା]

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂଆ କୋଠା

ଜଷ୍ଟିସ୍ ବୀର କିଶୋର ରାୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି । ବର୍ତ୍ତମାନର ୩୪ତମ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ।

ପୂର୍ବତନ ମୂଖ୍ୟ ବିଚାରପତିଙ୍କ ତାଲିକା[ସମ୍ପାଦନା]

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସମସ୍ତ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ତାଲିକା[୭]:

# ମୂଖ୍ୟ ବିଚାରପତିଙ୍କ ନାମ କାର୍ଯ୍ୟକାଳ
ବୀର କିଶୋର ରାୟ ୨୬ ଜୁଲାଇ ୧୯୪୮ – ୩୦ ଅକ୍ଟୋବର ୧୯୫୧
ବି. ଜଗନ୍ନାଥ ଦାସ ୩୧ ଅକ୍ଟୋବର ୧୯୫୧ – ୩ ମାର୍ଚ୍ଚ ୧୯୫୩
ଲିଙ୍ଗରାଜ ପାଣିଗ୍ରାହୀ ୪ ମାର୍ଚ୍ଚ ୧୯୫୩ – ୨୧ ମାର୍ଚ୍ଚ ୧୯୫୬
ଆର୍. ଲକ୍ଷଣ ନରସିଂହାମ 22 ମାର୍ଚ୍ଚ 1956 – 27 ଡିସେମ୍ବର 1964
ଖଲୀଲ ଅହମଦ 18 ଜାନୁଆରୀ 1965 – 5 ଅପ୍ରେଲ 1967
ସତ୍ୟ ଭୂଷଣ ବର୍ମନ୍ 6 ଅପ୍ରେଲ 1967 – 30 ଅପ୍ରେଲ 1969
ଗତିକୃଷ୍ଣ ମିଶ୍ର 1 ମଇ 1969 – 30 ଅକ୍ଟୋବର 1975
ଶିବ ନାରାୟଣ ଶଙ୍କର 1 ନଭେମ୍ବର 1975–12 ଅକ୍ଟୋବର 1977
ସୁକାନ୍ତ କିଶୋର ରାୟ 13 ଅକ୍ଟୋବର 1977–4 ନଭେମ୍ବର 1980
୧୦ ରଙ୍ଗନାଥ ମିଶ୍ର 16 ଜାନୁଆରୀ 1981 – 14 ମାର୍ଚ୍ଚ 1983
୧୧ ଡମ୍ବରୁଧର ପାଠକ 11 ଅଗଷ୍ଟ 1983 – 28 ଫେବୃଆରୀ 1986
୧୨ ହରିଲାଲ ଅଗ୍ରୱାଲା 1 ମଇ 1986 – 31 ଜୁଲାଇ 1989
୧୩ ବନୱାରୀଲାଲ ହଂସାରିଆ 22 ଫେବୃଆରୀ 1990 – 13 ଡିସେମ୍ବର 1993
୧୪ ଗିରୀଶ ଠାକୁରଲାଲ ନାନାବତୀ 31 ଜାନୁଆରୀ 1994 – 27 ସେପ୍ଟେମ୍ବର 1994
୧୫ ବଲ୍ଲଭଦାସ ଐଦାନ ମୋହଟା 28 ସେପ୍ଟେମ୍ବର 1994 – 25 ଅପ୍ରେଲ 1995
୧୬ ଶୈଳେନ୍ଦୁନାଥ ଫୁକନ୍ 2 ଅଗଷ୍ଟ 1996 – 27 ଜାନୁଆରୀ 1999
୧୭ ବିଶ୍ୱନାଥ ଅଗ୍ରୱାଲା 18 ନଭେମ୍ବର 1999–18 ଅକ୍ଟୋବର 2000
୧୮ ଏନ୍. ୱ।ଇ. ହନୁମନ୍ଥାପ୍ପା 17 ଫେବୃଆରୀ 2001 – 24 ସେପ୍ଟେମ୍ବର 2001
୧୯ ପି. କେ. ବାଲସୁବ୍ରମନ୍ୟମ 5 ଡିସେମ୍ବର 2001 – 10 ମାର୍ଚ୍ଚ 2003
୨୦ ସୁଜିତ ବର୍ମନ ରୟ 9 ଅପ୍ରେଲ 2003 – 27 ଜାନୁଆରୀ 2007
୨୧ ଅଶୋକ କୁମାର ଗାଙ୍ଗୁଲୀ 2 ମାର୍ଚ୍ଚ 2007 – 18 ମଇ 2008
୨୨ ବଲବୀର ସିଂ ଚୌହାନ 16 ଜୁଲାଇ 2008 – 10 ମଇ 2009
୨୩ ଆଇ. ଏମ୍. କୁଦୁସୀ 11 ମଇ 2009 – 13 ନଭେମ୍ବର 2009
୨୪ ବିଲାଲ ନା଼ଜକୀ 14 ନଭେମ୍ବର 2009 – 17 ନଭେମ୍ବର 2009
୨୫ ଭି. ଗୋପାଲ ଗୌଡା 25 ମାର୍ଚ୍ଚ 2010 - 26 ଫେବୃଆରୀ 2013
୨୬ ସି. ନାଗପ୍ପାନ 27 ଫେବୃଆରୀ 2013 - 16 ସେପ୍ଟେମ୍ବର 2013
୨୭ ଆଦର୍ଶ କୁମାର ଗୋଏଲ ୧୦ ଅକ୍ଟୋବର ୨୦୧୩ - ଜୁଲାଇ ୨୦୧୪
୨୮ ଅମିତାଭ ରୟ ୫ ଅଗଷ୍ଟ ୨୦୧୪ - ୨୫ ଫେବୃଆରୀ ୨୦୧୫
୨୯ ଧୀରେନ୍ଦ୍ର ହୀରାଲାଲ ୱାଘେଲା ୧୩ ଅପ୍ରେଲ ୨୦୧୫ - ୧୪ ଫେବୃଆରୀ ୨୦୧୬
କାର୍ଯ୍ୟକାରୀ ପ୍ରଦୀପ କୁମାର ମହାନ୍ତି ୧୪ ଫେବୃଆରୀ ୨୦୧୬ - ୨୬ ଫେବୃଆରୀ ୨୦୧୬
୩୦ ବିନୀତ ଶରଣ ୨୬ ଫେବୃଆରୀ ୨୦୧୬[୮] - ୦୬ ଅଗଷ୍ଟ ୨୦୧୮
୩୧ କେ ଏସ୍ ଜାଭେରି ୧୨ ଅଗଷ୍ଟ ୨୦୧୮ - ୦୪ ଜାନୁଆରୀ ୨୦୨୦
୩୨ ସଞ୍ଜୁ ପଣ୍ଡା ୦୫ ଜାନୁଆରୀ ୨୦୨୦- ୨୬ ଏପ୍ରିଲ ୨୦୨୦
୩୩ ମହମ୍ମଦ ରଫିକ୍ ୨୭ ଅପ୍ରେଲ ୨୦୨୦- ୦୩ ଜାନୁଆରୀ ୨୦୨୧
୩୪ ଏସ୍. ମୁରଲୀଧର ୦୪ ଜାନୁଆରୀ ୨୦୨୧ - ୭ ଅଗଷ୍ଟ ୨୦୨୩
୩୪ ଏସ୍. ମୁରଲୀଧର ୦୪ ଜାନୁଆରୀ ୨୦୨୧ - ୭ ଅଗଷ୍ଟ ୨୦୨୩

ଆଧାର[ସମ୍ପାଦନା]

  1. http://www.telegraphindia.com/1140727/jsp/odisha/story_18656476.jsp#.VYKOOlIwDSg
  2. "New High Court judge takes oath - The New Indian Express". newindianexpress.com. 2013. Retrieved 6 January 2013. the strength of judges in the Orissa High Court has gone up to 12 though 10 posts are still vacant[permanent dead link]
  3. "Shri Justice Dhirendra Hiralal Waghela transfered from Karnataka High Court to Orissa High Court". Retrieved 14 April 2015.
  4. http://www.telegraphindia.com/1130727/jsp/odisha/story_17160912.jsp#.VYKSOFIwDSg
  5. "Former Chief Justices of Orissa High Court". www.orissa.oriyaonline.com/. Retrieved 16 June 2015.[permanent dead link]
  6. "Jurisdiction, Powers and Control of High Court". Retrieved 23 June 2018.
  7. http://odisha.gov.in/e-magazine/orissaannualreference/ORA-2005/pdf/name_of_chief_justice.pdf
  8. "Justice Saran to be sworn in as Chief Justice of Orissa HC". OdishaSunTimes.com. Retrieved 21 February 2016.

ଅଧିକ ତଥ୍ୟ[ସମ୍ପାଦନା]