Jump to content

ଓଲିପୁଡେଜ ଆଲଫା

ଉଇକିପିଡ଼ିଆ‌ରୁ
ଓଲିପୁଡେଜ ଆଲଫା
Clinical data
Trade namesXenpozyme
SynonymsGZ402665, olipudase alfa-rpcp
AHFS/Drugs.commonograph
data
Routes of
administration
Intravenous
Legal status
Legal status
Chemical and physical data
FormulaC2900H4373N783O791S24
Molar mass୬୩,୬୩୨.୦୧ g·mol−1

ଓଲିପୁଡେଜ ଆଲଫା (ଇଂରାଜୀ ଭାଷାରେ Olipudase alfa), ଜେନପୋଜାଇମ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏସିଡ୍ ସ୍ପିଙ୍ଗୋମାଇଲିନେଜ ଅଭାବ (ASMD) ରୋଗ ଯାହା ନିମାନ୍-ପିକ୍ ରୋଗ ପ୍ରକାର କ/ଖ କିମ୍ବା ଖ ଭାବରେ ମଧ୍ୟ ଜଣାଶୁଣା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ବିଶେଷ ଭାବରେ ଏହା ଅଣ-କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିଯାରେ ମୁଣ୍ଡବିନ୍ଧା, କାଶ, ତରଳ ଝଆଡ଼ା, ନିମ୍ନ ରକ୍ତଚାପ ଏବଂ ଗଲୁ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ତର୍ନିଧାନ ପ୍ରତିକ୍ରିୟା, ଯକୃତ ସମସ୍ୟା ଏବଂ ଆନାଫାଇଲାକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ଏନଜାଇମ ପ୍ରତିବଦଳ ଯାହା ଏସିଡ ସ୍ପିଙ୍ଗୋମାୟେଲିନେଜ (ASM) ଭାବରେ ଉତ୍ପାଦିତ ହୁଏ ଏବଂ ଏହାଦ୍ୱାରା ଚର୍ବିର ଚୟାପଚୟ ଉନ୍ନତ ହୁଏ ।[୧]

୨୦୨୨ ମସିହାରେ ଜାପାନ, ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓଲିପୁଡେଜ ଆଲଫା ଆଲଫା ଅନୁମୋଦିତ ହୋଇଥିଲା ।[୧] [୨] ବ୍ରିଟେନରେ ଏହା ମଧ୍ୟ ଅନୁମୋଦିତ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୨ ମସିହାରେ ଏହାର ମୂଲ୍ୟ ପ୍ରତି ୨୦ ମିଗ୍ରା ପାଇଁ ୭୫୦୦ ଆମେରିକୀୟ ଡଲାର ଖର୍ଚ୍ଚ ହେଉଥିଲା ।[୪] ଏହା ରିକମ୍ବିନାଣ୍ଟ ଡିଏନଏ ପ୍ରଯୁକ୍ତିଜ୍ଞାନ ସାହାଯ୍ୟରେ ପ୍ରସ୍ତୁତ ହୁଏ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Xenpozyme EPAR". European Medicines Agency. 13 April 2022. Archived from the original on 30 July 2022. Retrieved 30 July 2022. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Xenpozyme- olipudase alfa-rpcp injection, powder, lyophilized, for solution". DailyMed. 31 August 2022. Archived from the original on 16 October 2022. Retrieved 16 October 2022.
  3. "Olipudase alfa". SPS - Specialist Pharmacy Service. 11 January 2016. Archived from the original on 2 July 2022. Retrieved 13 December 2022.
  4. "Xenpozyme Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 13 December 2022.