ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ
ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ | |
---|---|
ଏସ.ସି.ବି. ମେଡିକାଲ | |
![]() ଶ୍ରୀ ରାମଚନ୍ଦ୍ର ଭଞ୍ଜ (ଏସ ସି ବି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ | |
ଲକ୍ଷ୍ୟ | କ୍ଷୀପ୍ର ଉଚ୍ଚତର ଦୃଢ଼ (Citius, Altius, Fortius) |
ସ୍ଥାପିତ | ୧ଜୁନ ୧୯୪୪ |
ପ୍ରକାର | ସରକାରୀ |
ସଭାପତି | ଦୀପକ କୁମାର ସାମଲ |
ତଳସ୍ନାତକ | ୨୫୦ (ଭେଷଜ) , ୫୦(ଦନ୍ତ ) |
ସ୍ନାତକୋତ୍ତର | ୧୦୮ (୨୧ଟି ବିଭାଗରେ) |
ଗବେଷକ ଛାତ୍ର | ୬ (୪ଟି ବିଭାଗରେ) |
ଅବସ୍ଥାନ | କଟକ, ଓଡ଼ିଶା, ଭାରତ 20°28′23″N 85°53′28″E / 20.473°N 85.891°E |
ପରିସର | ନଗର |
ଅନୁବନ୍ଧନ | ଭାରତୀୟ ଭେଷଜ କାଉନସିଲ (ଏମ. ସି. ଆଇ.) |
ୱେବସାଇଟ | scbmch.ac.in |
ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ବା ଏସ.ସି.ବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ବଡ଼ମେଡ଼ିକାଲ ନାମରେ ମଧ୍ୟ ଜଣା) ଓଡ଼ିଶାର ତଥା ସମଗ୍ର ପୂର୍ବ ଭାରତର ଏକ ପୁରାତନ ଓ ଅଗ୍ରଣୀ ଭେଷଜ ମହାବିଦ୍ୟାଳୟ। ଏହା କଟକ ସହରର ମଙ୍ଗଳବାଗ ଅଞ୍ଚଳରେ ୮୭.୩୨ ଏକର ପରିମିତ ପରିସରରେ ଅବସ୍ଥିତ। ମୟୂରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କ ଉଦ୍ୟମ ଓ ଅର୍ଥ ସହାୟତା ଯୋଗୁଁ ଏହା ପ୍ରତିଷ୍ଠା ହୋଇଥିବାରୁ, ଏହି ମହାବିଦ୍ୟାଳୟଟି ତାଙ୍କ ନାମରେ ନାମିତ ହୋଇଛି ।
![](http://chped.net/https/upload.wikimedia.org/wikipedia/commons/thumb/3/3c/SCB_medical_college_%26_hospital_entrance_gate.jpg/220px-SCB_medical_college_%26_hospital_entrance_gate.jpg)
![](http://chped.net/https/upload.wikimedia.org/wikipedia/commons/thumb/5/53/Platinum_jubilee_gate_of_scb_medical_2021.jpg/217px-Platinum_jubilee_gate_of_scb_medical_2021.jpg)
ଇତିହାସ[ସମ୍ପାଦନା]
୧୮୭୫ ମସିହାରେ 'ଓଡ଼ିଶା ମେଡିକାଲ ସ୍କୁଲ' ପ୍ରତିଷ୍ଠା କରିଥିଲେ ବ୍ରିଟିଶ ସରକାର। ଏହାର କାର୍ଯ୍ୟକାରିତା ଟି.ରେଭେନ୍ସା ନେଇଥିଲେ। ପରବର୍ତ୍ତୀ ସମୟରେ ମୟୁରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ଏହାର ନବୀକରଣ କଲେ। ୧୯୫୧ ମସିହାରେ ତାଙ୍କର ଏହି ଅବଦାନ ନିମନ୍ତେ ସରକାର ଏହାର ନାମକୁ ଶ୍ରୀରାମ ଚନ୍ଦ୍ରଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ନାମରେ ନାମିତ କରିଥିଲେ। ୨୦୨୧ ଏହାର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ଲାଟିନମ୍ ଜ୍ୟୁବଲି ପାଳିତ ହୋଇଥିଲା ।
![](http://chped.net/https/upload.wikimedia.org/wikipedia/commons/thumb/0/01/Two_old_photos_of_Scb_medical_college.jpg/95px-Two_old_photos_of_Scb_medical_college.jpg)