Jump to content

କଲ୍ୟାଣପୁର

ଉଇକିପିଡ଼ିଆ‌ରୁ

କଲ୍ୟାଣପୁର ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତରେ ଅବସ୍ଥିତ।

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ଏହା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତରେ ଅବସ୍ଥିତ। ପୁରୀ ଜିଲ୍ଲାଠାରୁ ଏହା ୪୪ କିମି ଦୂରରେ ରହିଛି। ଏହାର ପୂବରେ ତ୍ରିଲୋଲୋଚନପୁର, ଉତ୍ତରରେ ରାଢୁଆ ଓ ଦକ୍ଷିଣରେ କଲ୍ୟାଣପୁର ବଜାର ଅବସ୍ଥିତ।

ଲୋକସଂଖ୍ୟା ଓ ଭରଣପୋଷଣ[ସମ୍ପାଦନା]

ଏହି ଗ୍ରାମର ଲୋକସଂଖ୍ୟା ପ୍ରାୟ ୩୦୦୦। ଏହି ଗ୍ରାମର ଅଧିକାଂସ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଲୋକମାନଙ୍କ ଚାଷରେ ସହଯୋଗ ନିମନ୍ତେ କେନାଲର ବ୍ୟବସ୍ଥା ରହିଛି।

ସୁବିଧାସୁଯୋଗ[ସମ୍ପାଦନା]

ଏହି ଗ୍ରାମରେ ଗୋଟିଏ ପୋଖରୀ, ପାଞ୍ଚୋଟି ବିଦ୍ୟାଳୟ, ଗୋଟିଏ ଶିବ ମନ୍ଦିର, ନିଜସ୍ୱ ଏକ ମେଳନ ପଡ଼ିଆ ରହିଛି। ସେହିପରି ଗୋଟିଏ ଚିକିତ୍ସାଳୟ, ଗୋଟିଏ ଡାକଘର ଓ ଲୋକମାନଙ୍କ ସୁବିଧା ପାଇଁ ଗୋଟିଏ ପରିବାହାଟର ବ୍ୟବସ୍ଥା କରାଯାଇଛି। ଏହି ଗ୍ରାମର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପାଞ୍ଚୋଟି ବିଦ୍ୟାଳୟ ସହିତ ଗୋଟିଏ କନିଷ୍ଠ ମହାବିଦ୍ୟାଳୟ ରହିଛି। ଲୋକମାନେ ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ମୁଖ୍ୟତଃ ବଜାର ଉପରେ ନିର୍ଭର କରିଥାନ୍ତି ଯାହାକି କଲ୍ୟାଣପୁରବଜାର ନାମରେ ପରିଚିତ ।

ଇତିହାସ[ସମ୍ପାଦନା]

ଠିକଣା[ସମ୍ପାଦନା]

ଗ୍ରାମ/ପୋ.ଅ: କଲ୍ୟାଣପୁର
ଥାନା: ଡେଲାଂଗ
ଜିଲ୍ଲା: ପୁରୀ, ଓଡ଼ିଶା
ପିନ୍: ୭୫୨୦୧୫

ଆଧାର[ସମ୍ପାଦନା]