Jump to content

ପଞ୍ଚ ଡାଲି

ଉଇକିପିଡ଼ିଆ‌ରୁ
ପଞ୍ଚ ଡାଲି
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନହରଡ଼ଡାଲି, ବୁଟଡାଲି, ମୁଗ ଡାଲି, ମସୁରଡାଲି, ବିରି ଡାଲି, କଞ୍ଚାଲଙ୍କା, ଶୁଖିଲାଲଙ୍କା, ସୋରିଷ, ଜିରା, ଅଦା, ଅଦା, ଗରମ ମସଲାଗୁଣ୍ଡ, ରସୁଣ, ଧଣିଆଁପତ୍ର, କାଗିଜିଲେମ୍ବୁ, ଚିନି, ଡାଲଚିନି, ଭୃଷଙ୍ଗପତ୍ର, ଲୁଣ, ହଳଦୀ ଓ ଆବଶ୍ୟକ ମୁତାବକ ପାଣି।

ପଞ୍ଚ ଡାଲି ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ ।

ଉପାଦାନ[ସମ୍ପାଦନା]

ତିଆରି ପ୍ରଣାଳୀ[ସମ୍ପାଦନା]

ପାଞ୍ଚପ୍ରକାରର ଡାଲିକୁ ମିଶାଇ ଭଲ ଭାବରେ ଧୋଇ, ଲୁଣ, ହଳଦୀ ଓ ପାଣି ଆବଶ୍ୟତା ଅନୁସାରେ ଦେଇ ପ୍ରେସର କୁକରରେ ସିଝାନ୍ତୁ। ସିଝିଗଲା ପରେ ଅଲଗା ରଖନ୍ତୁ। କଡେଇରେ ତେଲ ଗରମ କରି ସେଥିରେ ଲବଙ୍ଗ, ସୋରିଷ, ଜିରା, ଡାଲଚିନି ଗୁଣ୍ଡ ପକାଇ ଭାଜନ୍ତୁ। ଅଳ୍ପ ଭାଜି ହୋଇଗଲାପରେ ସେଥିରେ ରସୁଣ ଛେଚା, ଶୁଖିଲା ଲଙ୍କା ଖଣ୍ଡ ଓ କଞ୍ଚା ଲଙ୍କା ଖଣ୍ଡ ପକାଇ ଭଲ ଭାବେ ଭାଜନ୍ତୁ। ସିଝିଥିବା ଡାଲିକୁ ଏହି ବଘରାରେ ଢାଳି ତା ଉପରେ ଗରମ ମସଲା ଗୁଣ୍ଡ ପକାଇ ଚାରି ପାଞ୍ଚ ମିନିଟ ଫୁଟାନ୍ତୁ। ଏଥିରେ ପାଣି ମାପ କରି ଦେବାକୁ ହେବ, ନା ବେଶୀ ନା ଅତି କମ୍। ନିଆଁରୁ ଓହ୍ଲାଇବା ଆଗରୁ ଧଣିଆପତ୍ର କଟା ପକାଇ ମିନିଟିଏ ପାଇଁ ଘାଣ୍ଟନ୍ତୁ ଓ ତା’ପରେ ଓହ୍ଲାଇ ଦିଅନ୍ତୁ। ଗରମ ଗରମ ପରସନ୍ତୁ।

ଏହି ଡାଲି ଭାତ ସହିତ ଖିଆଯାଏ।

ଆଧାର[ସମ୍ପାଦନା]

  • ଖାଆନ୍ତୁ ଓ ଖୁଆନ୍ତୁ – ସଂଯୁକ୍ତା ଦାସ - ପ୍ରଜାତନ୍ତ୍ର ସାପ୍ତାହିକୀ