Jump to content

ପଦ୍ମନାଭ ବେହେରା

ଉଇକିପିଡ଼ିଆ‌ରୁ
ପଦ୍ମନାଭ ବେହେରା
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ଏବେଯାଏଁ
ପୂର୍ବ ଅଧିକାରୀସଞ୍ଜୀବ କୁମାର ସାହୁ
ପର ଅଧିକାରୀରଘୁନାଥ ଜଗଦଲ
ନିର୍ବାଚନ ମଣ୍ଡଳୀବୀରମହାରାଜପୁର
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୯
ପୂର୍ବ ଅଧିକାରୀବିଷ୍ଣୁପ୍ରିୟା ବେହେରା
ପର ଅଧିକାରୀଦେବେନ୍ଦ୍ର କହଁର
ନିର୍ବାଚନ ମଣ୍ଡଳୀଫୁଲବାଣୀ
ସାଂସଦ: ୧୨ଶ, ୧୩ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୮ – ୨୦୦୪
ନିର୍ବାଚନ ମଣ୍ଡଳୀଫୁଲବାଣୀ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଅଭିମନ୍ୟୁ ବେହେରା
ପର ଅଧିକାରୀଦାଶରଥୀ ବେହେରା
ନିର୍ବାଚନ ମଣ୍ଡଳୀଫୁଲବାଣୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-03-16) ୧୬ ମାର୍ଚ୍ଚ ୧୯୫୬ (ବୟସ ୬୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀବିଷ୍ଣୁପ୍ରିୟା ବେହେରା
ବାପା/ବୋଉକାର୍ତ୍ତିକ ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ପଦ୍ମନାଭ ବେହେରା (ଜନ୍ମ: ୧୬ ମାର୍ଚ୍ଚ ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ ଏବେ କାର୍ଯ୍ୟ କରିଛନ୍ତି । ୧୯୯୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଫୁଲବାଣୀବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୩ଶ, ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୮ ଓ ୧୯୯୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଫୁଲବାଣୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପଦ୍ମନାଭ ବେହେରା ୧୯୫୬ ମସିହାର ମାର୍ଚ୍ଚ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାର୍ତ୍ତିକ ବେହେରା ଓ ପତ୍ନୀଙ୍କ ନାମ ବିଷ୍ଣୁପ୍ରିୟା ବେହେରା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ପଦ୍ମନାଭ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରିଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଏବେ ପଞ୍ଚମଥର କାର୍ଯ୍ୟ କରୁଛନ୍ତି । ଏତଦ୍‌ବ୍ୟତୀତ ୨୦୧୯ ମସିହାରୁ ସେ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୩,୭୩୪ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ରଘୁନାଥ ଜଗଦଲଙ୍କ ଠାରୁ ୨୧,୯୪୬ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୨]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଫୁଲବାଣୀ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ଫୁଲବାଣୀ ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ବୀରମହାରାଜପୁର ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ବୀରମହାରାଜପୁର ବିଜୁ ଜନତା ଦଳ
୨୦୧୯ ୨୦୨୪ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ବୀରମହାରାଜପୁର ବିଜୁ ଜନତା ଦଳ

ଲୋକ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୮ ୧୯୯୯ ସଭ୍ୟ, ୧୨ଶ ଲୋକ ସଭା ଫୁଲବାଣୀ ବିଜୁ ଜନତା ଦଳ
୧୯୯୯ ୨୦୦୪ ସଭ୍ୟ, ୧୩ଶ ଲୋକ ସଭା ଫୁଲବାଣୀ ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Padmanabh Behera". odishaassembly.nic.in. Odisha Assembly. Retrieved 27 April 2021.
  2. "General Election to Assembly Constituencies 2024: Birmaharajpur (Odisha)". Election Commission of India. Retrieved 27 June 2024.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Padmanabh Behera-ସମ୍ପର୍କିତ ମିଡ଼ିଆ