Jump to content

ପ୍ରଫୁଲ୍ଲ ସାମଲ

ଉଇକିପିଡ଼ିଆ‌ରୁ
ପ୍ରଫୁଲ୍ଲ ସାମଲ
ବିଧାୟକ: ୧୪ଶ, ୧୫ଶ, ୧୬ଶ ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୦
ପୂର୍ବ ଅଧିକାରୀଅନନ୍ତ ସେଠୀ
ପର ଅଧିକାରୀସଞ୍ଜୀବ କୁମାର ମଲ୍ଲିକ
ନିର୍ବାଚନ ମଣ୍ଡଳୀଭଦ୍ରକ, ଭଣ୍ଡାରିପୋଖରୀ
ବିଧାୟକ: ୧୨ଶ ବିଧାନ ସଭା
ପୂର୍ବ ଅଧିକାରୀବିରେନ ପଲେଇ
ପର ଅଧିକାରୀନରେନ ପଲେଇ
ନିର୍ବାଚନ ମଣ୍ଡଳୀଭଦ୍ରକ, ଭଣ୍ଡାରିପୋଖରୀ
ବିଧାୟକ: ୧୦ମ, ୧୧ଶ ବିଧାନ ସଭା
ପୂର୍ବ ଅଧିକାରୀଯୁଗଳ କିଶୋର ପଟ୍ଟନାୟକ
ପର ଅଧିକାରୀବିରେନ ପଲେଇ
ନିର୍ବାଚନ ମଣ୍ଡଳୀଭଦ୍ରକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1947-08-15) ୧୫ ଅଗଷ୍ଟ ୧୯୪୭ (ବୟସ ୭୬)
ଭଦ୍ରକ, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀପ୍ରମିଳା ସାମଲ[୧]
ଘରଭଦ୍ରକ, ଓଡ଼ିଶା
୩୦ ଅକ୍ଟୋବର, ୨୦୧୮ ସୁଦ୍ଧା

ପ୍ରଫୁଲ୍ଲ ସାମଲ ([pɾɔpʰullɔ samɔlɔ] (listen)) (ଜନ୍ମ: ୧୫ ଅଗଷ୍ଟ ୧୯୪୭[୧], ଭଦ୍ରକ) ଜଣେ ଭାରତୀୟ ରାଜନେତା ଏବଂ ବର୍ତ୍ତମାନ ବିଜୁ ଜନତା ଦଳର ସଭ୍ୟ । ସେ ୧୯୭୧ ମସିହାରେ ଓଡ଼ିଶାର ରାଜନୀତିରେ ଯୋଗ ଦେଇଥିଲେ ।[୧] ୧୯୯୫ ମସିହାରେ ସେ ୧୦ମ ବିଧାନ ସଭାରେ ଜନତା ଦଳର ପ୍ରତିନିଧି ଭାବରେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୧ଶ ଓ ୧୨ଶ ବିଧାନ ସଭାରେ ଜନତା ଦଳର ପ୍ରତିନିଧି ଭାବରେ ଭଦ୍ରକରୁ, ୧୫ଶ ଓ ୧୬ଶ ବିଧାନ ସଭାରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ୧୪ଶ ବିଧାନ ସଭାରେ ପ୍ରଫୁଲ୍ଲ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ । ୧୫ଶ ବିଧାନ ସଭାରେ ସେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ଯୋଜନାର ମନ୍ତ୍ରୀ ଥିଲେ ।[୩]

ଜନ୍ମ ଓ ପରିବାର[ସମ୍ପାଦନା]

ପ୍ରଫୁଲ୍ଲ ସାମଲ ୧୯୪୭ ମସିହ ଅଗଷ୍ଟ ମାସ ୧୫ ତାରିଖ ଦିନ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ଥିଲେ ପ୍ରହଲ୍ଲାଦ ସାମଲ ।[୩] ପ୍ରଫୁଲ୍ଲ ବିଜ୍ଞାନରେ ସ୍ନାତକ ପରେ ଆଇନରେ ପାଠ ପଢ଼ିଥିଲେ ।[୧] ସେ ୧୯୭୧ ମସିହାରେ ଓଡ଼ିଶାର ରାଜନୀତିରେ ଜଣେ କର୍ମକର୍ତ୍ତା ଭାବରେ ଯୋଗ ଦେଇଥିଲେ । ୧୯୮୨ରୁ ୧୯୮୫ ଯାଏ ପ୍ରଫୁଲ୍ଲ ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ ।[୧]

ଅନ୍ୟାନ୍ୟ କାର୍ଯ୍ୟ[ସମ୍ପାଦନା]

  • ସଭାପତି: ଓଡ଼ିଶା ବେସରକାରୀ ବୈଷୟିକ ମହାବିଦ୍ୟାଳୟ ସଂଘ[୧]
  • ସଭାପତି: ଓଡ଼ିଶା ବେସରକାରୀ ବୈଷୟିକ ବିଦ୍ୟାଳୟ ସଂଘ
  • ସମ୍ପାଦକ: ଭଦ୍ରକ ଇନିଷ୍ଟିଚିଉଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି

ରାଜନୀତି[ସମ୍ପାଦନା]

ପ୍ରଫୁଲ୍ଲ ସାମଲ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ, ସେ ଜନତା ଦଳରେ ସକ୍ରିୟ ଥିଲେ । ୧୯୯୦, ୧୯୯୫ ଓ ୨୦୦୧ (ଉପ) ନିର୍ବାଚନରେ, ସେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୬,୨୧୪ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ସୀତାଂଶୁ ଶେଖର ମହାପାତ୍ରଙ୍କ ଠାରୁ ୧୬,୦୬୮ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୪]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଭଦ୍ରକ ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଭଦ୍ରକ ବିଜୁ ଜନତା ଦଳ
୨୦୦୧ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ଭଦ୍ରକ (ଉପ) ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଭଣ୍ଡାରିପୋଖରୀ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଭଣ୍ଡାରିପୋଖରୀ ବିଜୁ ଜନତା ଦଳ
୨୦୧୯ ୨୦୨୪ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଭଣ୍ଡାରିପୋଖରୀ ବିଜୁ ଜନତା ଦଳ

ମନ୍ତ୍ରୀ[ସମ୍ପାଦନା]

ବିଭାଗ କାର୍ଯ୍ୟ ଆରମ୍ଭ କାର୍ଯ୍ୟ ଶେଷ ମନ୍ତବ୍ୟ
ପଞ୍ଚାୟତରାଜ ୨୨ ମଇ ୨୦୦୯ ୧୦ ମଇ ୨୦୧୧
ସୂଚନା ଏବଂ ଲୋକ ସମ୍ପର୍କ ୨୨ ମଇ ୨୦୦୯ ୧୦ ମଇ ୨୦୧୧
ମହିଳା ଏବଂ ବାଳ ବିକାଶ ୭ ଫେବୃଆରୀ ୨୦୧୧ ୧୦ ମଇ ୨୦୧୧
ପର୍ଯ୍ୟଟନ ଏବଂ ସଂସ୍କୃତି ୧୦ ମଇ ୨୦୧୧ ୨ ଅଗଷ୍ଟ ୨୦୧୨
ସହଯୋଗ ୧୦ ମଇ ୨୦୧୧ ୨ ଅଗଷ୍ଟ ୨୦୧୨
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ୭ ମଇ ୨୦୧୭ ୨୯ ମଇ ୨୦୧୯
ମହିଳା ଓ ବାଳ ବିକାଶ ଏବଂ ମିଶନ ଶକ୍ତି ୭ ମଇ ୨୦୧୭ ୨୯ ମଇ ୨୦୧୯
କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ୭ ମଇ ୨୦୧୭ ୨୯ ମଇ ୨୦୧୯

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "MLA Prafulla Samal Profile | BHANDARIPOKHARI Constituency". naveenpatnaik.com. Archived from the original on 13 January 2019. Retrieved 30 October 2018.
  2. "Prafulla Samal MLA of BHANDARIPOKHARI Odisha contact address & email". nocorruption.in. Retrieved 30 October 2018.
  3. ୩.୦ ୩.୧ "Council Of Minister". odishaassembly.nic.in. Retrieved 30 October 2018.
  4. "General Election to Assembly Constituencies 2024: Bhadrak (Odisha)". Election Commission of India. Retrieved 11 June 2024.

ବାହାର ଆଧର[ସମ୍ପାଦନା]