Jump to content

ବର୍ଷା ପ୍ରିୟଦର୍ଶିନୀ

ଉଇକିପିଡ଼ିଆ‌ରୁ
ବର୍ଷା ପ୍ରିୟଦର୍ଶିନୀ
ଜନ୍ମ
ବର୍ଷା ପ୍ରିୟଦର୍ଶିନୀ

(1984-08-07) ଅଗଷ୍ଟ ୭, ୧୯୮୪ (ବୟସ ୩୯)
ବୃତ୍ତିଓଡ଼ିଆବଙ୍ଗଳା କଥାଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୭-ଏବେଯାଏଁ
ବୈବାହିକ-ସାଥୀଅନୁଭବ ମହାନ୍ତି
ପିତାମାତାଦୀପା ସାହୁ[୧]

ବର୍ଷା ପ୍ରିୟଦର୍ଶିନୀ (ଜନ୍ମ: ୭ ଅଗଷ୍ଟ ୧୯୮୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ସ‌ହିତ କିଛି ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦୦୩ ମସିହାରେ ସେ ଉତ୍ତମ ମହାନ୍ତି ଏବଂ ମିଥୁନ ଚକ୍ରବର୍ତ୍ତୀ ଅଭିନୀତ ଓଡ଼ିଆ କଥାଚିତ୍ର ଏ ଯୁଗର କୃଷ୍ଣ ସୁଦାମା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ସାବତ ମାଆ, ବାଜି, ତୁ ମୋ ଆଖିର ତାରା, ଟୋପାଏ ସିନ୍ଦୁର ଦି ଟୋପା ଲୁହ, ତୋତେ ମୋ ରାଣ, ଥ୍ୟାଙ୍କ୍‌ ୟୁ ଭଗବାନ ଭଳି ସଫଳ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୮ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର ଜୋର୍ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗୋଲ୍‌ମାଲ୍, ଲଭ୍ ଷ୍ଟୋରୀ, ବାଳିକା ବଧୂ, ଟକ୍କର, ହସି ଖୁସି କ୍ଲବ୍, ଟୁପୁରୁ ଟୁପୁର ବ୍ରିଷ୍ଟି ପଡ଼େ, ଅଚେନା ପ୍ରେମ୍ ଭଳି ବଙ୍ଗଳା କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।

ପରିବାର[ସମ୍ପାଦନା]

ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଦୀପା ସାହୁଙ୍କ ଝିଅ ।[୨]

କଥାଚିତ୍ର ଜୀବନ[ସମ୍ପାଦନା]

୨୦୦୩ ମସିହାରେ ସେ ଏ ଯୁଗର କୃଷ୍ଣ ସୁଦାମା କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ବର୍ଷା ଶିଶୁ କଳାକାର ଭାବରେ ମା ଏବଂ ଗୋଲାମଗିରି ଭଳି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ଇ-ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ପଣତକାନିରେ ମଧ୍ୟ ଅଭିନୟ କରିଥିଲେ । ଏହା ଥିଲା ବର୍ଷାଙ୍କର ପ୍ରଥମ ଦୂରଦର୍ଶନ ଧାରାବାହିକ ।[୩] ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଓଡ଼ିଆବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ନିମକି ୨୦୧୯ ସୁଶାନ୍ତ ମଣି
ରୋମିଓ ଜୁଲିଏଟ ୨୦୧୭ ସୁଧାକର ବସନ୍ତ
ଛାତି ତଳେ ଡିଂ ଡଂ ୨୦୧୬ ମୃତ୍ୟୁଞ୍ଜୟ ସାହୁ (ବାପି)
ଗୋଟେ ଶୁଆ ଗୋଟେ ଶାରୀ ୨୦୧୬
ଗପ ହେଲେ ବି ସତ ୨୦୧୫
ସମଥିଙ୍ଗ୍ ସମଥିଙ୍ଗ୍ ୨ ୨୦୧୪
କେହି ଜଣେ ଭଲ ଲାଗେରେ ୨୦୧୩
ପ୍ରେମ ସବୁଠୁ ବଳବାନ ୨୦୧୩
ହାତ ଧରି ଚାଲୁଥା ୨୦୧୩
ମୋ' ଦୁନିଆ ତୁ ହିଁ ତୁ[୪] ୨୦୧୩ ସୁଧାକର ବସନ୍ତ
ପର୍ଶୁରାମ ୨୦୧୨
ମେଟ୍ରିକ୍ ଫେଲ୍ ୨୦୧୨ ସୁଧାକର ବସନ୍ତ
ସମଥିଙ୍ଗ୍ ସମଥିଙ୍ଗ୍ ୨୦୧୨ ସୁଧାକର ବସନ୍ତ
ବାଳୁଙ୍ଗା ଟୋକା ୨୦୧୧ ସୁଧାକର ବସନ୍ତ
କିଏସେ ଡାକୁଛି କୋଉଠି ମତେ ୨୦୧୧ ସୁଧାକର ବସନ୍ତ
ଛାତିରେ ଲେଖିଛି ତୋରି ନାଁ ୨୦୧୧
ଦିୱାନା ୨୦୧୦
ଆମ ଭିତରେ କିଛି ଅଛି ୨୦୧୦
ଶୁଭ ବିବାହ ୨୦୧୦
ତୁ ଥିଲେ ମୋ ଡର କାହାକୁ ୨୦୧୦
ସୁନା ଚଢ଼େଇ ମୋ ରୂପା ଚଢ଼େଇ ୨୦୦୯
ଧୀରେ ଧୀରେ ପ୍ରେମ ହେଲା ୨୦୦୯
ପ୍ରେମ ରୋଗୀ ୨୦୦୯
ନେଇଯା'ରେ ମେଘ ମତେ ୨୦୦୮
ଅଗ୍ନିଶିଖା ୨୦୦୭
ଏ ମନ ମାନେନା ୨୦୦୭
ଥ୍ୟାଙ୍କ ୟୁ ଭଗବାନ ୨୦୦୬
ତୋତେ ମୋ ରାଣ ୨୦୦୫
ଟୋପାଏ ସିନ୍ଦୂର ଦି ଟୋପା ଲୁହ ୨୦୦୫
ତୁ ମୋ ଆଖିର ତାରା ୨୦୦୫
ବାଜି ୨୦୦୪
ସାବତ ମାଆ ୨୦୦୩
ସୁନା ଶଙ୍ଖାଳୀ ୨୦୦୩
ଏ ଯୁଗର କୃଷ୍ଣ ସୁଦାମା ୨୦୦୩

ରାଜନୈତିକ ଜୀବନ[ସମ୍ପାଦନା]

ବର୍ଷା ପ୍ରିୟଦର୍ଶିନୀ ୨୦୨୪ ମସିହାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ।[୫] ସେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି ।[୬] ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୫,୬୧୬ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଅମର କୁମାର ନାୟକଙ୍କ ଠାରୁ ୬,୩୧୦ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୭]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2017-05-19. Retrieved 2017-05-17. {{cite web}}: Cite has empty unknown parameter: |1= (help)
  2. incredibleorissa.com: barsha-priyadarshini
  3. "ବର୍ଷା ପ୍ରିୟଦର୍ଶିନୀ ଫିଲ୍ମରୁ ନୁହେଁ, ଟେଲିଭିଜନ୍‌ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ". sambad.in. 17 January 2018. Retrieved 1 February 2018.
  4. "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. Retrieved 16 January 2013. Release Date – 11th January 2013
  5. OR, News Desk. "‍ବିଜେଡିରେ ମିଶିଲେ ବର୍ଷା - Odisha Reporter". ‍ବିଜେଡିରେ ମିଶିଲେ ବର୍ଷା - Odisha Reporter. Retrieved 2024-06-29.
  6. "ସ୍ବାମୀ ଛାଡ଼ିଲେ ସ୍ତ୍ରୀ ମିଶିଲେ; ଶଙ୍ଖ ଧରିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ". News18 ଓଡିଆ. 2024-04-18. Retrieved 2024-06-29.
  7. "General Election to Assembly Constituencies 2024: Barachana (Odisha)". Election Commission of India. Retrieved 27 June 2024.

ବାହାର ଆଧାର[ସମ୍ପାଦନା]