Jump to content

ବୀରେନ୍ଦ୍ର କୁମାର ଭୂୟାଁ

ଉଇକିପିଡ଼ିଆ‌ରୁ
ବୀରେନ୍ଦ୍ର କୁମାର ଭୂୟାଁ
ଜନ୍ମ ଓ ଜନ୍ମସ୍ଥାନ(1933-07-25)୨୫ ଜୁଲାଇ ୧୯୩୩
ନୀଳପଡ଼ା, ଓଡ଼ିଆ
ମୃତ୍ୟୁ୧୯ ଜୁନ ୧୯୯୧(1991-06-19) (ବୟସ ୫୭)
ନେତାଜୀ ନଗର, କଟକ, ଓଡ଼ିଶା
ବୃତ୍ତିଲେଖକ
କବି
ଗୀତିକାର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଜୀବନସାଥୀଶୁଭାଶିନୀ ଭୁୟାଁ
ସମ୍ପର୍କୀୟସୁଶୀଳା ଦେବୀ (ମାଉସୀ)

ବୀରେନ୍ଦ୍ର କୁମାର ଭୂୟାଁ (୨୫ ଜୁଲାଇ ୧୯୩୩ – ୧୯ ଜୁନ ୧୯୯୧) ଜଣେ ଓଡ଼ିଆ ଭାଷାଭାଷୀ ଲେଖକ, କବି ତଥା ଗୀତିକାର ଥିଲେ । ସେ ଅନେକ ଜାତୀୟ ପୁରସ୍କାର ପ୍ରାପ୍ତ ପୁସ୍ତକ ଏବଂ ଗୀତ ଲେଖିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବିରେନ୍ଦ୍ର ୧୯୩୩ ମସିହାର ଜୁଲାଇ ୨୫ ତାରିଖରେ କଟକ ଜିଲ୍ଲାମହାନଦୀର ଶାଖା ନଦୀ ବିରୁପା କୂଳରେ ଥିବା ନୀଳପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବଳରାମ ଭୂୟାଁ ଓ ମାଆଙ୍କ ନାମ ସୁଲୋଚନା ଦେବୀ ।

ସାହିତ୍ୟ ଜୀବନ[ସମ୍ପାଦନା]

୧୯୫୧ ମସିହାରୁ ଲେଖିବା ଆରମ୍ଭ କରିଥିଲେ । ସେ ମୁଖ୍ୟତଃ ଶିଶୁ ସାହିତ୍ୟରେ ଲେଖାଲେଖି କରନ୍ତି । ସେ ଆକାଶବାଣୀ କଟକର ଜଣେ ଗୀତିକାର ଥିଲେ । ତାଙ୍କ ରଚିତ ଏକ କେ ଏକ, ଯୌତୁକ ଦେଇ ପାରିବିନି, ଜାତକ ପଡ଼ିଛି ରାଜ ଜୋଟକ, କଳସ ଉପରେ ଆମ୍ବ ଦାଳିଆ ଗୋରୀ କନିଆଁକୁ ବର କାଳିଆ ଆଦି ଗୀତିଗୁଡ଼ିକ ୧୯୬୦ ଦଶକର ଜଣାଶୁଣା ଥିଲା, ଯାହାକୁ ଅକ୍ଷୟ ମହାନ୍ତି, ଭିକାରୀ ବଳ, ମହମ୍ମଦ ସିକନ୍ଦର ଆଲମଙ୍କ ଭଳି ଜଣାଶୁଣା କଣ୍ଠଶିଳ୍ପୀମାନେ ଗାଇଥିଲେ ।

ତାଙ୍କ ରଚିତ ପୁସ୍ତକ ଲକ୍ଷ୍ମୀ ନଣନ୍ଦକୁ ଭାରତ ସରକାରଙ୍କ ମାନବ ସମ୍ବଳ ବିଭାଗଦ୍ୱାରା ୨୭ତମ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡ଼ିଆ ଶିଶୁ ସାହିତ୍ୟ ପ୍ରତି ତାଙ୍କର ଅବଦାନ ପାଇଁ ତାଙ୍କୁ ହରେକୃଷ୍ଣ ମହାତାବଙ୍କଦ୍ୱାରା ପ୍ରତିଷ୍ଠିତ ପ୍ରଜାତନ୍ତ୍ର ପ୍ରଚାର ସମିତିଦ୍ୱାରା ମୀନା ବଜାର ପୁରସ୍କାର ପ୍ରଦାନ କରାଯାଇଥିଲା ।

ରଚିତ ପୁସ୍ତକ[ସମ୍ପାଦନା]

  • ଦୁଇଟି ଜୀବନ (ରାଷ୍ଟ୍ରଭାଷା ପୁସ୍ତକ ଭଣ୍ଡାର, କଟକ) - ୧୯୫୭[୧]
  • ବୋହୂ ସା'ନ୍ତାଣୀ
  • ବଣରାଇଜର କଥା (ବିଦ୍ୟାପୁରୀ, କଟକ) - ୨୦୧୨

ପରିବାର[ସମ୍ପାଦନା]

ସେ ୧୯୫୬ ମସିହାରେ ଶୁଭାଶିନୀ ଭୁୟାଁଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇ ପୁଅ ଓ ତିନି ଝିଅ ଥିଲେ । ତାଙ୍କର ମାଉସୀ ସୁଶୀଳା ଦେବୀ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ଥିଲେ ଏବଂ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାବରେ ଯୋଗ ଦେଇଥିଲେ ।

ମୃତ୍ୟୁ[ସମ୍ପାଦନା]

୧୯୯୧ ମସିହାର ଜୁନ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୨] ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ଭୂୟାଁ, ବୀରେନ୍ଦ୍ର କୁମାର (1957). ଦୁଇଟି ଜୀବନ. କଟକ: ରାଷ୍ଟ୍ରଭାଷା ପୁସ୍ତକ ଭଣ୍ଡାର. Archived from the original on 2023-08-30. Retrieved 2023-08-30.
  2. "Birendra Kumar Bhuyan - Alchetron, The Free Social Encyclopedia". Alchetron.com (in ଆମେରିକୀୟ ଇଂରାଜୀ). 2017-08-18. Retrieved 2023-08-30.