Jump to content

ଶୋଭା ଡେ

ଉଇକିପିଡ଼ିଆ‌ରୁ
ଶୋଭା ଡେ
ଜନ୍ମ ଓ ଜନ୍ମସ୍ଥାନଶୋଭା ରାଜାଧ୍ୟକ୍ଷ
(1948-01-07) ୭ ଜାନୁଆରୀ ୧୯୪୮ (ବୟସ ୭୬)
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
ବୃତ୍ତିଲେଖିକା, ସ୍ତମ୍ଭକାର ଏବଂ ଉପନ୍ୟାସକାର
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନସେଣ୍ଟ ଜାବିୟର୍ସ କଲେଜ, ମୁମ୍ବାଇ
ୱେବସାଇଟ
ବ୍ଲଗ

ଶୋଭା ଡେ (ଜନ୍ମ ନାମ : ଶୋଭା ରାଜାଧ୍ୟକ୍ଷ, ଜନ୍ମ : ୭ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଲେଖିକା, ସ୍ତମ୍ଭକାର ଏବଂ ଉପନ୍ୟାସକାର । [୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଶୋଭା ଡେ ଗୁରଗାଓଁ, ମୁମ୍ବାଇରେ ୭ ଜାନୁଆରୀ ୧୯୪୮ ମସିହାରେ ଏକ ଗୌଡ଼ ସାରସ୍ୱତ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ।[୨]ତାଙ୍କ ପିଲା ଦିନର ନାମ ଶୋଭା ରାଜାଧ୍ୟକ୍ଷ । ସେ କୁଇନ ମେରୀ ସ୍କୁଲ, ମୁମ୍ବାଇରେ ସ୍କୁଲ ଶିକ୍ଷା ପୁରଣ କରିଥିଲେ ଏବଂ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରେ ମନୋବିଜ୍ଞାନରେ ସ୍ନାତକ କରିଥିଲେ ।[୩] ସେ କିଛି ବର୍ଷ ପର୍ଯ୍ୟନ୍ତ ଜୀନତ ଅମନଙ୍କ ସହ ମଡେଲିଂ କରିଥିଲେ ।[୪]

ବୃତ୍ତିଗତ ଜୀବନ[ସମ୍ପାଦନା]

ଜଣେ ମଡେଲ ଭାବେ କିଛି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ୧୯୭୦ ମସିହାରେ ସେ ସାମ୍ବାଦିକତା କ୍ଷେତ୍ରରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସେ ଷ୍ଟାରଡ଼ଷ୍ଟ, ସୋସାଇଟିସେଲିବ୍ରେଟି ନାମକ ତିନୋଟି ପତ୍ରିକାର ସମ୍ପାଦନା କରୁଥିଲେ । ସେଟାଇମ୍ସ ଅଫ ଇଣ୍ଡିଆ ଏବଂ ଦି ଏସିଆନ ଏଜ ଏବଂ ଅନ୍ୟାନ୍ୟ ମୁଖ୍ୟ ଧାରାର ଚାରି ଖବରକାଗଜରେ ମଧ୍ୟ ସାପ୍ତାହିକ ସ୍ତମ୍ଭ ଲେଖନ୍ତି । ସେ ଧାରାବାହିକ ସ୍ୱାଭିମାନ ସହିତ ଆଉ କେତେକ ଲୋକପ୍ରିୟ ଟେଲିଭିଜନ ଧାରାବାହିକ ଏବଂ ବିଜ୍ଞାପନ ଲେଖିଛନ୍ତି । [୫]

କୃତି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Shobhaa De, Penguin script new chapter". The Times of India. 9 अप्रैल 2010. Retrieved 5 अप्रैल 2014. {{cite news}}: Check date values in: |accessdate= and |date= (help)
  2. "Biography". I love India.
  3. "Freebase Infograph".[permanent dead link]
  4. "iTimes DB".
  5. "Bio-Bibliographical Information Biographical references (ग्रन्थसूची सूचना जीवनी संदर्भ)". Archived from the original on 2009-10-27. Retrieved 2009-10-27.