ବିଶ୍ୱ ଏଡ୍ସ ଦିବସ
![](http://chped.net/https/upload.wikimedia.org/wikipedia/commons/thumb/6/64/Red_Ribbon.svg/210px-Red_Ribbon.svg.png)
![](http://chped.net/https/upload.wikimedia.org/wikipedia/commons/thumb/4/4b/Condom_on_Obelisk%2C_Buenos_Aires.jpg/210px-Condom_on_Obelisk%2C_Buenos_Aires.jpg)
ବିଶ୍ୱ ଏଡ୍ସ ଦିବସ, ଡିସେମ୍ବର ୧ରେ ପ୍ରତିବର୍ଷ ପାଳିତ ହୋଇଥାଏ । ଏହା ଏଡ୍ସ (AIDS)ର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ପାଳନ କରାଯାଇଥାଏ । ସରକାରୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ଦିନଟିକୁ ଏଡ୍ସ ବାବଦରେ ଭାଷଣ ଦେଇ ଜନସଚେତନତା ତିଆରି କରି ପାଳନ କରିଥାନ୍ତି । ୧୯୯୫ଠାରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଏହାକୁ ସରକାରୀ ତାଲିକାଭୁକ୍ତ କରିଥିଲେ । ବାକି ଦେଶରେ ମଧ୍ୟ ଏହି ଦିନ ଏଡ୍ସ ଦିବସ ପାଳନ କରାଯାଇଥାଏ ।
୧୯୮୧ରୁ ୨୦୦୭ ଭିତରେ ଏଡ୍ସ ଯୋଗୁଁ ୨୫ ମିଲିଅନରୁ ଅଧିକ ଲୋକ ଜୀବନ ହରାଇଛନ୍ତି ।[୧] ୨୦୦୭ ବେଳକୁ ପାଖାପାଖି ୩୩.୨ ମିଲିଅନ ଜଗତ ସାରା ଏଡ୍ସରେ ଆକ୍ରାନ୍ତ ହୋଇଥିଲେ ।[୨] ଏହା ଏଯାବତ ଇତିହାସରେ ସବୁଠାରୁ ଜୀବନନାଶକରି ମହାମାରୀ ଭାବରେ ଜଣା । ଅନେକ ଜନସଚେତନତା ଓ ରେଟ୍ରୋଭାଇରାଲ ବିରୋଧି ସେବା ପରେ ମଧ୍ୟ ଏଡ୍ସ ମହାମାରୀ ୨୦୦୭ ସୁଦ୍ଧା ୨ ମିଲିଅନରୁ ଅଧିକ ଯବାନ ହାନି କରିସାରିଲାଣି [୩] ଯାହା ଭିତରୁ ୨୭୦,୦୦୦ ଜଣ ଶିଶୁ ମଧ୍ୟ ଅଛନ୍ତି ।[୪]
ଇତିହାସ[ସମ୍ପାଦନା]
ବିଷୟବସ୍ତୁ ବାଛିବା[ସମ୍ପାଦନା]
ବିଶ୍ୱ ଏଡ୍ସ ଦିବସ ବିଷୟବସ୍ତୁ, ୧୯୮୮-ଏବେ ଯାଏଁ[ସମ୍ପାଦନା]
ଏଡ୍ସ ସଚେତନତା ମାସ[ସମ୍ପାଦନା]
ନାନାଦି ସରକାରୀ ଓ ସଙ୍ଗଠନମାନ ଅଲଗା ଅଲଗା ମାସକୁ 'ଏଡ୍ସ ସଚେତନତା ମାସ ଭାବରେ ପାଳନ କରିଥାନ୍ତି । ଅକ୍ଟୋବର ଓ ଡିସେମ୍ବର ମାସରେ ମୁଖ୍ୟତ ଏହା ପାଳନ କରାଯାଏ । ଡିସେମ୍ବରରେ ବିଶ୍ୱ ଏଡ୍ସ ଦିବସ ପଡୁଥିବାରୁ ଏହାକୁ ଅଧିକାଂଶ ଦେଶରେ ପାଳନ କରାଯାଇଥାଏ ।
ଆହୁରି ଦେଖନ୍ତୁ[ସମ୍ପାଦନା]
ଟୀକା[ସମ୍ପାଦନା]
- ↑ Joint United Nations Programme on HIV/AIDS (UNAIDS), Report on the Global HIV/AIDS Epidemic 2008, (Geneva, Switzerland: UNAIDS, July 2008; English original), p. 15.
- ↑ Joint United Nations Programme on HIV/AIDS (UNAIDS), Report on the Global HIV/AIDS Epidemic 2008, (Geneva, Switzerland: UNAIDS, July 2008; English original), p. 32.
- ↑ Joint United Nations Programme on HIV/AIDS (UNAIDS), Report on the Global HIV/AIDS Epidemic 2008, (Geneva, Switzerland: UNAIDS, July 2008; English original), p. 30.
- ↑ Joint United Nations Programme on HIV/AIDS (UNAIDS), Report on the Global HIV/AIDS Epidemic 2008, (Geneva, Switzerland: UNAIDS, July 2008; English original), p. 37.
ବାହାର ଲିଙ୍କ[ସମ୍ପାଦନା]
![](http://chped.net/https/upload.wikimedia.org/wikipedia/commons/thumb/4/4a/Commons-logo.svg/30px-Commons-logo.svg.png)