Jump to content

ବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ : ସାରଦା ପ୍ରସନ୍ନ ଜେନା (ବିଜେଡି) (୨୦୨୪)
ଆରକ୍ଷଣ: ସାଧାରଣ
ଭୋଟର ସଂଖ୍ୟା (୨୦୨୪): ୨,୬୭,୯୮୦
ଜିଲ୍ଲା: ଜଗତସିଂହପୁର
ଲୋକସଭା ଆସନ: ଜଗତସିଂହପୁର
ପଞ୍ଚାୟତ ସମିତି:

ବାଲିକୁଦା-ଏରସମା (କ୍ରମିକ ସଂଖ୍ୟା: ୧୦୩) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଲିକୁଦା ବ୍ଳକ ଓ ଏରସମା ବ୍ଳକ ।[୨][୩]

ଗତ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସାରଦା ପ୍ରସନ୍ନ ଜେନା, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ଠାରୁ ୨୫,୯୫୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନନ୍ଦନ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡା. ଲଲାଟେନ୍ଦୁ ମହାପାତ୍ରଙ୍କଠାରୁ ୫୪,୫୮୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କଠାରୁ ୨୯,୩୫୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଉମେଶ ଚନ୍ଦ୍ର ସ୍ୱାଇଁଙ୍କଠାରୁ ୩୧,୩୮୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

ପୁନର୍ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।[୪]

ବାଲିକୁଦା, ଏରସମା[ସମ୍ପାଦନା]

୨୦୦୯ ନିର୍ବାଚନ ପୂର୍ବରୁ ବାଲିକୁଦା ଓ ଏରସମା ନାମରେ ଦୁଇଟି ପୃଥକ ନିର୍ବାଚନ ମଣ୍ଡଳୀ ଥିଲା । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୬][୭] [୮]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ବାଲିକୁଦା-ଏରସମା [୯]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରଶାନ୍ତ କୁମାର ମୁଦୁଲି ୮୯,୦୪୪ ୫୭.୭୩ -
କଂଗ୍ରେସ ଉମେଶ ଚନ୍ଦ୍ର ସ୍ୱାଇଁ ୫୭,୬୫୯ ୩୭.୩୮ -
ଭାଜପା ପ୍ରିୟ ରଞ୍ଜନ ଦାସ ୫,୮୩୨ ୩.୭୮ -
ସମୃଦ୍ଧ ଓଡ଼ିଶା ଜ୍ଞାନ ରଞ୍ଜନ ମହାନ୍ତି ୧,୭୦୯ .୫୮ -
ଭୋଟ ବ୍ୟବଧାନ ୩୧,୩୮୫ ୨୦.୩୫* -
ମତଦାନ ହାର ୧,୫୪,୨୮୨ ୬୮.୭୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର[ସମ୍ପାଦନା]

  1. "Balikuda-Erasama Assembly Election 2009, Orissa". empoweringindia.org. Archived from the original on 19 April 2014. Retrieved 19 June 2013. Constituency: Balikuda-Erasama (103) District : Jagatsinghpur
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 31385
  6. "State Elections 2004 - Partywise Comparision for 36-Ersama Constituency of ORISSA". eci.nic.in. 2006. Retrieved 19 June 2013. List Of Winning Candidates
  7. "State Elections 2004 - Partywise Comparision for 37-Balikuda Constituency of ORISSA". eci.nic.in. 2006. Retrieved 19 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  9. http://eci.nic.in/eci_main/StatisticalReports/AE2009/stat_OR_April2009.pdf