Jump to content

ବ୍ରହ୍ମପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ
ସାଂସଦ : ଡଃ.ପ୍ରଦୀପ କୁମାର ପାଣିଗ୍ରାହୀ
(ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୧୫,୫୦,୩୬୯
ଜିଲ୍ଲା: ଗଜପତି
ଗଞ୍ଜାମ(ଆଂଶିକ)
ବିଧାନସଭା ମଣ୍ଡଳୀ:
  1. ଛତ୍ରପୁର
  2. ଗୋପାଳପୁର
  3. ବ୍ରହ୍ମପୁର
  4. ଦିଗପହଣ୍ଡି
  5. ଚିକିଟି
  6. ମୋହନା
  7. ପାରଳାଖେମୁଣ୍ଡି

ବ୍ରହ୍ମପୁର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ।
ଗତ ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ବିଜୁ ଜନତା ଦଳ ପ୍ରାର୍ଥି ଭୃଗୁ ବକ୍ସିପାତ୍ରଙ୍କ ଠାରୁ ୧,୬୫,୪୭୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। [୧] [୨]

୧୯୫୭ରୁ ୧୯୯୮ ମସିହା ପର୍ଯ୍ୟନ୍ତ ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳ ଲଗାତାର ଜିତିଥିଲା । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓ ଏହି ଆସନରୁ ୧୯୯୬ ମସିହାରେ ନିର୍ବାଚିତ ହୋଇଥିଲେ ।[୩]

ସାଂସଦଗଣ[ସମ୍ପାଦନା]

  • ୨୦୨୪: ପ୍ରଦୀପ କୁମାର ପାଣିଗ୍ରାହୀ (ଭାରତୀୟ ଜନତା ପାର୍ଟି)
  • ୨୦୧୯: ଚନ୍ଦ୍ରଶେଖର ସାହୁ (ବିଜୁ ଜନତା ଦଳ)
  • ୨୦୦୯-୨୦୧୯ :ସିଦ୍ଧାନ୍ତ ମହାପାତ୍ର (ବିଜୁ ଜନତା ଦଳ)
  • ୨୦୦୪: ଚନ୍ଦ୍ରଶେଖର ସାହୁ (କଂଗ୍ରେସ)
  • ୧୯୯୯: ଅନାଦି ଚରଣ ସାହୁ (ଭାଜପା)
  • ୧୯୯୮: ଜୟନ୍ତୀ ପଟ୍ଟନାୟକ (କଂଗ୍ରେସ)
  • ୧୯୯୬: ପି. ଭି. ନରସିଂହ ରାଓ (କଂଗ୍ରେସ)
  • ୧୯୮୯-୧୯୯୧: ଗୋପୀନାଥ ଗଜପତି (କଂଗ୍ରେସ)
  • ୧୯୭୧-୧୯୮୪ (ବ୍ରହ୍ମପୁର ଲୋକସଭା): ଜଗନ୍ନାଥ ରାଓ (କଂଗ୍ରେସ)
  • ୧୯୬୭: ଜଗନ୍ନାଥ ରାଓ (କଂଗ୍ରେସ)
  • ୧୯୬୨ (ଛତ୍ରପୁର ଲୋକସଭା):ଅନନ୍ତ ତ୍ରିପାଠୀ ଶର୍ମା (କଂଗ୍ରେସ)
  • ୧୯୫୭: ଉମା ଚରଣ ପଟ୍ଟନାୟକ(ସ୍ବାଧିନ) ଏବଂ ମୋହନ ନାୟକ (କଂଗ୍ରେସ)
  • ୧୯୫୨ (ଗଞ୍ଜାମ ଲୋକସଭା): ବିଜୟ ଚନ୍ଦ୍ର ଦାସ (କମ୍ୟୁନିଷ୍ଟ)

ଆଧାର[ସମ୍ପାଦନା]

  1. Seats of Odisha
  2. Assembly Constituencies and their Extent
  3. "Berhampur Lok Sabha election results 2019 Odisha: BJD's Chandra Sekhar Sahu defeats BJP's Bhrugu Baxipatra". DNA India (in ଇଂରାଜୀ). 2019-05-24. Retrieved 2019-05-27.

ଆହୁରି ଦେଖନ୍ତୁ[ସମ୍ପାଦନା]